Below header

ଅହମ୍ମଦାବାଦ ସିରିଏଲ ବ୍ଲାଷ୍ଟ ଘଟଣାରେ ଆସିଲା ରାୟ, ୪୯ ଜଣ ଦୋଷୀଙ୍କ ମଧ୍ୟରୁ ୩୮ ଜଣଙ୍କୁ ଫାଶୀ ଦଣ୍ଡାଦେଶ

୨୦୦୮ ଅହମ୍ମଦାବାଦ ସିରିଏଲ ବ୍ଲାଷ୍ଟ ଘଟଣାରେ ଆସିଲା ରାୟ । ୪୯ ଅଭିଯୁକ୍ତ ମଧ୍ୟରୁ ୩୮ ଜଣଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ସେହିଭଳି ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣିଛନ୍ତି କୋର୍ଟ । ୨୦୦୮ ସିରିଜ ବ୍ଲାଷ୍ଟରେ ପ୍ରାଣ ହରାଇଥିଲେ ୫୬ ଜଣ ।

ପ୍ରଥମ ଥର ଏକାସଂଗେ ଏତେଜଣଙ୍କୁ ଫାଶୀ ଦିଆଯିବ ଘଟଣା ପ୍ରଥମ ବୋଲି ଚର୍ଚ୍ଚା ହେଉଛି । ଫେବୃଆରୀ ୮ରେ, ସ୍ୱତନ୍ତ୍ର କୋର୍ଟ ସମସ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଯେତେବେଳେ ୨୮ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ । ଏହି ମାମଲାର ଶୁଣାଣି ୧୩ ବର୍ଷ ଧରି ସ୍ୱତନ୍ତ୍ର କୋର୍ଟରେ ଚାଲିଥିଲା । ଅହମ୍ମଦାବାଦ ସିରିଏଲ ବିସ୍ଫୋରଣରେ ୭୮ ଜଣ ଅଭିଯୁକ୍ତ ଥିଲେ ।

ସୂଚନାଯୋଗ୍ୟ, ୨୬ ଜୁଲାଇ ୨୦୦୮ରେ ଅହମ୍ମଦାବାଦରେ ୨୧ଟି ସିରଅଲ ବ୍ଲାଷ୍ଟରେ ପୁରା ସହରକୁ ଦୋହଲାଇ ଦେଇଥିଲା। ଏଥିରେ ୫୬ ଜଣ ଲୋକ ପ୍ରାଣ ହରାଇଥିଲେ ଆଉ ୨୦୦ରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.