ଉପରମୁହାଁ କରୋନା ମିଟର, ଦେଶରେ ସକ୍ରିୟ ପଜିଟିଭ ମାମଲା ୩ ହଜାର ପାର୍

ଭାରତରେ କାୟା ବିସ୍ତାର କରୁଛି ନୂଆ ସବ୍ ଭାରିଆଣ୍ଟ JN.1 ମାମଲା । ଦେଶରେ ସକ୍ରିୟ ପଜିଟିଭ ମାମଲା ୩ ହଜାର ପାର୍ କରିଛି । ଗତକାଲି ଗୋଟିଏ ଦିନରେ ୭୫୨ ପଜିଟିଭ ଚିହ୍ନଟ ହୋଇଥିଲେ । ଏହାକୁ ମିଶାଇ ଦେଶରେ ସକ୍ରିୟ ପଜିଟିଭ ମାମଲା ୩୪୨୦ରେ ପହଞ୍ଚିଛି ।

ନୂଆଦିଲ୍ଲୀ : ଭାରତରେ କାୟା ବିସ୍ତାର କରୁଛି ନୂଆ ସବ୍ ଭାରିଆଣ୍ଟ JN.1 ମାମଲା । ଦେଶରେ ସକ୍ରିୟ ପଜିଟିଭ ମାମଲା ୩ ହଜାର ପାର୍ କରିଛି । ଗତକାଲି ଗୋଟିଏ ଦିନରେ ୭୫୨ ପଜିଟିଭ ଚିହ୍ନଟ ହୋଇଥିଲେ । ଏହାକୁ ମିଶାଇ ଦେଶରେ ସକ୍ରିୟ ପଜିଟିଭ ମାମଲା ୩୪୨୦ରେ ପହଞ୍ଚିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ୧୭ ରାଜ୍ୟରେ କୋଭିଡ୍-୧୯ ସକ୍ରିୟ ମାମଲା ବଢିବାରେ ଲାଗିଛି । ସର୍ବାଧିକ ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ମାନଙ୍କ ମଧ୍ୟରେ କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡୁ ଏବଂ ଗୁଜୁରାଟ ରହିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଗଂଠନ କହିଛି ଜେଏନ ଡଟ ୱାନ ଓମିକ୍ରନର ସବ୍ ଭ୍ୟାରିଆଂଟ ଅଟେ । ଦ୍ରୁତ ଗତିରେ ଏହା ବ୍ୟାପୁଛି । ବର୍ତମାନ ଚିନ୍ତାର କାରଣ ନାହିଁ ହୁଏତ ଆଗକୁ ଘାତକ ହୋଇପାରେ । ସର୍ତକ ରହି କୋଭିଡ ପ୍ରୋଟୋକଲ ମାନିବା ଉଚିତ । ସଂକ୍ରମିତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହୁଛି ଓ ଖୁବ ଶିଘ୍ର ସୁସ୍ଥ ହେଉଛନ୍ତି । କେବଳ ଭାରତର କରୋନା ମାମଲା ବଢ଼ୁ ନାହିଁ, ସାରା ବିଶ୍ୱରେ ମାମଲା ଦ୍ରୁତ ଗତିରେ ବଢ଼ିଚାଲିଛି । ବିଶ୍ୱରେ ଗୋଟିଏ ମାସରେ କୋଭିଡ କେସ୍ ୫୨% ବଢ଼ିଛି ।

ଏପଟେ ଓଡ଼ିଶାରେ ଜଣେ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ତତ୍ପରତା ଦେଖାଇଛି ସ୍ବାସ୍ଥ୍ୟ ବିଭାଗ । ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ଓମିକ୍ରନର ସବ ଭାରିଆଣ୍ଟ JN.1 କାୟା ବିସ୍ତାର କରି ଦେଶରେ ଚିନ୍ତା ବଢାଇଛି। ତେବେ ଏଥିରେ ଭୟଭୀତ ନହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.