କୋଭିସିଲ୍ଡ ଓ କୋଭାକ୍ସିନକୁ ମିଳିପାରେ ଆପ୍ରୁଭାଲ୍ , ଆଜି DCGIର ସବଜେକ୍ଟ ଏକ୍ସପର୍ଟ କମିଟି ବୈଠକ

ନୂଆଦିଲ୍ଲୀ : କୋଭିସିଲ୍ଡ ଓ କୋଭାକ୍ସିନକୁ ମିଳିପାରେ ମାର୍କେଟିଂ ଆପ୍ରୁଭାଲ୍ । ଆଗକୁ ସିଧାସଳଖ ବଜାରରେ ଉପଲବ୍ଧ ହେବ କି ନାହିଁ ? ଏନେଇ ଆଜି ବସୁଛି ଭାରତୀୟ ଔଷଧ ନିୟାମକ ବା DCGIର ସବଜେକ୍ଟ ଏକ୍ସପର୍ଟ କମିଟି ବୈଠକ । ଏଠାରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ । ଭାରତ ବାୟୋଟେକ୍ ଓ ସେରମ୍ ଇନିଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଆବେଦନର ସମୀକ୍ଷା କରିବେ ସବଜେକ୍ଟ ଏକ୍ସପର୍ଟ କମିଟି ।
ବର୍ତ୍ତମାନ ଦେଶରେ କୋଭିଡ ଟିକା କୋଭାକ୍ସିନ ଓ କୋଭିସିଲ୍ଡକୁ ଜରୁରିକାଳୀନ ବ୍ୟବହାର କରାଯାଉଛି । ଏବେ ମାର୍କେଟ ଆପ୍ରୁଭାଲ ବା ବଜାର ଅନୁମୋଦନ ମିଳିଲେ ବଜାରରେ ସିଧାସଳଖ ଟିକା ବିକ୍ରି କରିପାରିବେ ଭାରତ ବାୟୋଟେକ୍ ଓ ସେରମ୍ । ଏବେ ସେମାନେ କେନ୍ଦ୍ର ସରକାରଙ୍କୁ ଟିକା ବିକ୍ରି କରୁଛନ୍ତି । ଗତବର୍ଷ ଡିସେମ୍ବର ମାସରେ କୋଭିସିଲ୍ଡ ଓ କୋଭାକ୍ସିନ୍ ମାର୍କେଟ ଆପ୍ରୁଭାଲ୍ ପାଇଁ ଆବେଦନ କରିଥିଲେ ।