କର୍ଣ୍ଣାଟକର ୯ ମନ୍ତ୍ରୀଙ୍କ ନାମରେ ଫୌଜଦାରୀ ମାମଲା, ସବୁଠୁ ଧନୀ ଡି.କେ ଶିବକୁମାର

ନିକଟରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ସରିଛି । ମନ୍ତ୍ରୀ ମଣ୍ଡଳ ମଧ୍ୟ ଗଠନ ହୋଇଛି । ସିଦ୍ଧରମେୟା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଡି.ଶିବକୁମାର ଡେପୁଟି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରିପୋର୍ଟ ଅନୁସାରେ ଶପଥ ନେଇଥିବା ୯ ମନ୍ତ୍ରୀଙ୍କ ମଧ୍ୟରୁ ସମସ୍ତେ ଅପରାଧୀକ ମାମଲାରେ ଜଡିତ ଅଛନ୍ତି ଓ ସମସ୍ତେ କୋଟିପତି ବୋଲି ଜଣାଯାଇଛି ।

ନୂଆଦିଲ୍ଳୀ : ନିକଟରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ସରିଛି । ମନ୍ତ୍ରୀ ମଣ୍ଡଳ ମଧ୍ୟ ଗଠନ ହୋଇଛି । ସିଦ୍ଧରମେୟା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଡି.ଶିବକୁମାର ଡେପୁଟି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରିପୋର୍ଟ ଅନୁସାରେ ଶପଥ ନେଇଥିବା ୯ ମନ୍ତ୍ରୀଙ୍କ ମଧ୍ୟରୁ ସମସ୍ତେ ଅପରାଧୀକ ମାମଲାରେ ଜଡିତ ଅଛନ୍ତି ଓ ସମସ୍ତେ କୋଟିପତି ବୋଲି ଜଣାଯାଇଛି ।

ମନ୍ତ୍ରୀଙ୍କ ସମ୍ପତ୍ତି :

ଆସୋସିଏସନ ଅଫ୍‌ ଡେମୋକ୍ରାଟିକ ରିଫର୍ମସ(ଏଡିଆର) ଅନୁଯାୟୀ ୧୦ ମନ୍ତ୍ରୀଙ୍କ ମଧ୍ୟରୁ ୯ ଜଣଙ୍କ ବିରୋଧରେ ଫୌଜଦାରୀ ମାମଲା ରହିଥିବା ତଥ୍ୟ ନିର୍ବାଚନ କମିଶନଙ୍କୁ ଦିଆଯାଇଛି । ସେମାନଙ୍କ ମଧ୍ୟରୁ ୪ ମନ୍ତ୍ରୀଙ୍କ ନାମରେ ଗମ୍ଭୀର ଅପରାଧିକ ମାମଲା ରହିଛି । ସେହିପରି କର୍ଣ୍ଣାଟକରେ ସବୁ ମନ୍ତ୍ରୀ କୋଟିପତି ବୋଲି ଏହି ରିପୋର୍ଟରୁ ଜଣାଯାଇଛି ।

୯ ମନ୍ତ୍ରୀଙ୍କ ସମ୍ପତ୍ତି ୨୨୯.୨୭ କୋଟି ଟଙ୍କା ବୋଲି ଜଣାଯାଇଛି । ସେମାନଙ୍କ ମଧ୍ୟରୁ ଡି.କେ ଶିବକୁମାର ସବୁଠୁ ବଡ ଧନୀ । ତାଙ୍କର ମୋଟ ସମ୍ପତ୍ତି ୧୪୧୩.୮୦ କୋଟି ଟଙ୍କା ଥିବା ଘୋଷଣା କରାଯାଇଛି । କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ପ୍ରିୟାଙ୍କ ଖଡଗେଙ୍କ ସମ୍ପତ୍ତି ସବୁଠୁ କମ ବୋଲି ଜଣାଯାଇଛି । ତାଙ୍କର ମୋଟ ସମ୍ପତ୍ତି ୧୬.୮୩ କୋଟି ଟଙ୍କା ଥିବାଜଣାଯାଇଛି ।

ମନ୍ତ୍ରୀଙ୍କ ଶିକ୍ଷା :

ମନ୍ତ୍ରୀଙ୍କ ଶିକ୍ଷା କଥା କହିବାକୁ ଗଲେ ୩ ଜଣ ମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ୮ମ ରୁ ୧୨ଶ ପାସ । ଆଉ ୬ ଜଣ ମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଓ ଏହା ଉପରେ ବୋଲି ଘୋଷଣା କରିଛନ୍ତି । ୫ ଜଣ ମନ୍ତ୍ରୀଙ୍କ ବୟସ ୪୧ ରୁ ୬୦ ହୋଇଥିବା ବେଳେ ଅନ୍ୟ ୪ ମନ୍ତ୍ରୀଙ୍କ ବୟସ ୬୧ ରୁ ୮୦ ଭିତରେ ଥିବା ଜଣାଯାଇଛି । କର୍ଣ୍ଣାଟକ ମନ୍ତ୍ରୀମଣ୍ଡଳରେ କେହି ମହିଳା ମନ୍ତ୍ରୀ ନଥିବା ରିପୋର୍ଟରେ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.