Below header

ଆଇପିଏଲ୍‌ : ସନରାଇଜର୍ସ ହାଇଦ୍ରାବାଦକୁ ୮ ଓ୍ଵିକେଟ୍‌ରେ ହରାଇ ଆଶା ଉଜ୍ଜୀବିତ କଲା ମୁମ୍ବାଇ ଇଣ୍ଡିଆନ୍‌ସ

ମୁମ୍ବାଇ ଓ୍ଵାଙ୍ଖଡ଼େ ଷ୍ଟାଡିୟମରେ ୮ ଓ୍ଵିକେଟ୍‌ରେ ବିଜୟୀ ହୋଇଛି ଘରୋଇ ଦଳ ମୁମ୍ବାଇ ଇଣ୍ଡିଆନ୍ସ ।

ମୁମ୍ବାଇ : କ୍ୟାମେରୁନ୍‌ ଗ୍ରୀନ୍‌ଙ୍କ ଦମଦାର ଶତକ ବଳରେ ଆଜି ଅତି ସହଜରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇଛି ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇ ଓ୍ଵାଙ୍ଖଡ଼େ ଷ୍ଟାଡିୟମରେ ୮ ଓ୍ଵିକେଟ୍‌ରେ ବିଜୟୀ ହୋଇଛିଘରୋଇ ଦଳ ।
ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୫ ଓ୍ଵିକେଟ୍‌ରେ ୨୦୦ ରନ୍‌ କରିଥିଲା । ଦଳ ପକ୍ଷରୁ ଓପ୍ନର ଭିଭ୍ରାନ୍ତ ଶର୍ମା ୬୯ ଏବଂ ମୟଙ୍କ ଅଗ୍ରଓ୍ଵାଲ ୮୩ ରନ୍‌ କରିଥିଲେ । ମୁମ୍ବାଇ ତରଫରୁ ୪ଟି ଓ୍ଵିକେଟ୍‌ ଦଖଲ କରି ନେଇଥିଲେ ମିଡିୟମ ପେସ୍‌ ବୋଲର ଆକାଶ ମାଧଓ୍ଵାଲ ।

ପରେ ଅଧିନାୟକ ରେହିତ ଶର୍ମାଙ୍କ ୫୬ ଏବଂ ଗ୍ରୀନ୍‌ଙ୍କ ୪୭ ବଲ୍‌ରେ ଶହେ ରନ୍‌ ବଳରେ ମୁମ୍ବାଇ ୧୮ ଓଭରରେ ୨୦୧ ରନ୍‌ର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଗ୍ରୀନ୍‌ ୮ଟି ଚୌକ ଓ ୮ଟି ଛକା ମାରି ଦ୍ୱିତୀୟ ଦ୍ରୁତତମ ଶତକ ହାସଲ କରିଥିଲେ । ଆଇପିଏଲ୍‌ରେ ଏହା ତାଙ୍କର ପ୍ରଥମ ଶତକ । ସୂର୍ଯ୍ୟ କୁମାର ଯାଦବ ୨୫ ରନ୍‌ରେ ଅପରାଜିତ ଥିଲେ ମଧ୍ୟ ଗ୍ରୀନ୍‌ଙ୍କ ସହ ତୃତୀୟ ଓ୍ଵିକେଟ୍‌ରେ ୧୦୧ ରନ୍‌ର ଭାଗିଦାରୀ କରିଥିଲେ ।

ଏହି ବିଜୟ ଫଳରେ ମୁମ୍ବାଇ ଇଣ୍ଡଇଆନ୍ସ ଆଇପିଏଲ୍‌ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନକୁ ଉଠି ଆଶା ଉଜ୍ଜୀବିତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.