ପୁଣି ହୋଇପାରେ ସାଇବର ଆଟାକ୍, ସତର୍କ କଲା ଗୃହ ବିଭାଗର ସାଇବର ସିକ୍ୟୁରିଟି ସେଲ୍

ପୁଣି ହୋଇପାରେ ସାଇବର ଆଟାକ୍। କରୋନା କାଳରେ ଲୋକଙ୍କ ଆକାଉଣ୍ଟରୁ ଟଙ୍କା ହଡପ ନେଇ କିଛି ହ୍ୟାକର ଚଳାଇଛନ୍ତୁ ମସୁଧା। ଏହାକୁ  ନେଇ  ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ମିନିଷ୍ଟ୍ରୀ ଅଫ୍ ହୋମ ଆଫେୟାର୍ସର ସାଇବର ସିକ୍ୟୁରିଟି ଟ୍ୱିଟର ହ୍ୟାଣ୍ଡେଲ ସାଇବର ଦୋସ୍ତ। ଲୋକଙ୍କୁ ଫେକ୍ କଲ ପ୍ରତି ସାବଧାନ ରହିବାକୁ ସତର୍କ କରାଯାଇଛି ।

କେମିତି ଜାଣିବେ ଏହି  ସାଇବର ଠକେଇର କଲ୍

ଠକେଇ ଉଦ୍ଦେଶ୍ୟରେ ଆସୁଥିବା ଅଧିକାଂଶ କଲ +୯୨ ଏବଂ +୦୧ ନମ୍ବରରୁ ଆରମ୍ଭ ହେଉଛି।   ଏହା ସହିତ ସାଧାରଣ ଭଏସ କଲ ବ୍ୟତୀତ ୟୁଜର୍ସଙ୍କୁ ହ୍ୱାଟସଆପ କଲ ମଧ୍ୟ କରାଯାଉଛି । ତେବେ ଏଭଳି କଲ କରି ହ୍ୟାକରମାନେ ଲୋକଙ୍କର ବ୍ୟକ୍ତିଗତ ତଥ୍ୟ ଚୋରି କରିବା ସହିତ  ବ୍ୟାଙ୍କ ଖାତାରୁ ଟଙ୍କା ଖାଲି କରିଦେଇପାରନ୍ତି । ତେଣୁ ଯଦି କୌଣସି ଅଜଣା ନମ୍ବର କିମ୍ବା ଏଭଳି ନମ୍ବରକୁ   କୌଣସି ଭଏସ କଲ୍ କିମ୍ବା ହ୍ୱାଟସଆପ କିମ୍ବା ମେସେଜ ଆସୁଛି ତେବେ ତାହାକୁ ନଉଠାଇବା ପାଇଁ ପରାମର୍ଶ ଦେଇଛି ସାଇବର ସିକ୍ୟୁରୁଟି ସଲ୍। ଯଦି ବି ରିସିଭ କରିଦେଇଥାନ୍ତି ତେବେ ନିଜର କୌଣସି ବ୍ୟକ୍ତିଗତ ତଥ୍ୟ କିମ୍ବା ବ୍ୟାଙ୍କିଂ ଜନିତ ତଥ୍ୟ ସେୟାର ନକରିବାକୁ ଲୋକଙ୍କୁ ପରାମର୍ଶ ଦେଇଛି ସରକାରଙ୍କ ସାଇବର ସିକ୍ୟୁରିଟି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.