ଆଜି ପଜିଟିଭ ସଂଖ୍ୟାରେ ରେକର୍ଡ ଭାଙ୍ଗିଲା ରାଜଧାନୀ, ଗତ ୨୪ ଘଣ୍ଟାରେ ୨୭୭ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ୨୭୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସହରରେ ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ୫୧୧୯କୁ ବୃଦ୍ଧି ପାଇଛି । ଆଜିର ଚିହ୍ନଟଙ୍କ ମଧ୍ୟରୁ ୧୮୧ ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୯୬ ଜଣ ଲୋକାଲ କଣ୍ଟକଟରୁ ସଂକ୍ରମିତ ହୋଇଥିବା ଜଣାଯାଇଛି । ଏଯାବତ ସହରରେ ୧୮୩୯ଟି ଆକ୍ଟିଭ କେଶ ଥିବା ବେଳେ ୩୨୫୧ଜଣ ସୁସ୍ଥ ହୋଇ ଫେରିଛନ୍ତି ।
Update on newly detected & cured #COVID19 cases in the last 24 hrs under the BMC area on 15th Aug 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/UXtaEQCphH— BMC (@bmcbbsr) August 15, 2020
ଯେବେକି ବର୍ତ୍ତମାନ ସୁଦ୍ଧା ସହରର ୨୩ ଜଣଙ୍କ ଜୀବନ ଏହି ମାରାତ୍ମକ ଭାଇରସରେ ଯାଇଥିବା ଜଣାଯାଇଛି । ଆଜିର ଚିହ୍ନଟଙ୍କ ମଧ୍ୟରୁ ୧୮୦ ଜଣ ପୂର୍ବ ଆକ୍ରାନ୍ତଙ୍କ ଲିଙ୍କରେ ଆସିଥିବା ନେଇ ବିଏମ୍ସି ତରଫରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ଆଜି ୧୩୩ ଜଣ ଗତ ୨୪ ଘଣ୍ଟା ଭିତରେ ସୁସ୍ଥତା ଲାଭ କରିଛନ୍ତି ।