Below header

ଆସନ୍ତା ଦଶ ଦିନ ଭିତରେ ଆସୁଛି ତିନିଟି ବାତ୍ୟା, ଜାଣନ୍ତୁ ପାଣିପାଗର ମିଜାଜ୍‌

ନୂଆଦିଲ୍ଲୀ : ଆସୁଛି ବାତ୍ୟା କ୍ୟାର୍‌ । ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ବାତ୍ୟାର ରୂପ ନେବ । ତେବେ ଭାରତରେ ଏହି ବାତ୍ୟାର କୌଣସି ପ୍ରଭାବ ରହିବ ନାହିଁ । ତଥାପି ଏହାର ପ୍ରଭାବରେ କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଗୋଆ ଆଦି ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ସେପଟେ ‘କ୍ୟାର୍‌’ ଓମାନ ଆଡ଼କୁ ମୁହାଁଇବ ଏବଂ ଏହାର ପ୍ରଭାବରେ ଘଣ୍ଟାକୁ ୨୦୦ କିଲୋମିଟର ବେଗରେ ପବନ ବହିବ । ‘କ୍ୟାର୍‌’କୁ ଏକ୍ସଟ୍ରିମଲି ସିଭିୟର କ୍ୟାଟେଗୋରୀରେ ରଖାଯାଇଛି । ମୌସୁମୀ ଯିବା ପରେ ଏହା ହେଉଛି ପ୍ରଥମ ସାମୁଦ୍ରିକ ଝଡ଼ ।
ତେବେ ସ୍କାଏମେଟ୍‌ର ଆକଳନ ଅନୁଯାୟୀ ଆଗାମୀ ୧୦ ଦିନ ଭିତରେ ଭାରତ ମହାସାଗରରେ ଆଉ ଦୁଇଟି ସାମୁଦ୍ରିକ ଝଡ଼ ସୃଷ୍ଟି ହେବାର ଆଶଙ୍କା ରହିଛି । କାରଣ ଉଭୟ ଆରବ ସାଗର ଏବଂ ବଙ୍ଗୋପସାଗରରେ ଏବେବି ବାତ୍ୟା ଅନୁକୂଳ ପରିବେଶ ରହିଛି । ପ୍ରଥମଟି ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇ ଆସନ୍ତାକାଲି ତାମିଲନାଡୁ ଉପକୂଳ ଦେଇ ଶ୍ରୀଲଙ୍କା ମୁହାଁ ହେବ । ଏହାର ପ୍ରଭାବରେ ତାମିଲନାଡୁ, କେରଳ, କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶରେ ବର୍ଷା ହେବ । ତେବେ ଏହି ଲଘୁଚାପର ଗତି ଉପରେ ବର୍ଷାର ପରିମାଣ ନିର୍ଭର କରିବ । ଅନ୍ୟ ବାତ୍ୟାଟି ସୃଷ୍ଟି ହେବା ପରେ ଅକ୍ଟୋବର ୨୭ରେ ଫିଲିପାଇନ୍ସ ଉପକୂଳକୁ ଛୁଇଁବ ଏବଂ ନଭେମ୍ବର ୧ ତାରିଖ ବେଳକୁ ବଙ୍ଗୋପସାଗରକୁ ଆସିବ ।
ତେବେ ସ୍କାଏମେଟ୍‌ର କହିବା ଅନୁଯାୟୀ ବର୍ତ୍ତମାନ ସାମୁଦ୍ରିକ ଝଡ଼ଗୁଡ଼ିକର ଗତି ଏବଂ ଲ୍ୟାଣ୍ଡଫଲ୍‌କୁ ନେଇ ଆକଳନ କରିବା କଷ୍ଟକର ହୋଇପଡୁଛି । କାରଣ ପରିବେଶରେ ପରିବର୍ତ୍ତନ ଏବଂ ସମୁଦ୍ରର ଉପରିଭାଗ ଉତ୍ତପ୍ତ ରହିବା ସାଙ୍ଗକୁ ପବନର ବେଗ କମିଯାଉଛି । ତେଣୁ ବାତ୍ୟା ସମ୍ପର୍କରେ ସଠିକ୍‌ ନିର୍ଣ୍ଣୟ କରି ହେଉନାହିଁ । ଠିକ୍‌ ଯେମିତି ବାତ୍ୟା ‘ଫନି’ର ଦିଗ ନିର୍ଣ୍ଣ କରିବାରେ ଭୁଲ ହୋଇଥିଲା । ସେହିଭଳି ବର୍ତ୍ତମାନ ଯେଉଁ ସାମୁଦ୍ରିକ ଝଡ଼ ସବୁ ସୃଷ୍ଟି ହେଉଛି ସେ ସମ୍ପର୍କରେ ସଠିକ୍‌ ନିର୍ଣ୍ଣ କରିବା ସମ୍ଭବ ହେଉନାହିଁ ବୋଲି କୁହାଯାଇଛି ।

ଓଡ଼ିଶାରେ କଣ ରହିବ ପାଗର ମିଜାଜ୍‌

ଆଜି ଭଳି ଆସନ୍ତାକାଲି ମଧ୍ୟ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିବ । ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, ମାଲକାନଗିରି, କୋରାପୁଟ ଓ ରାୟଗଡ଼ାରେ ପ୍ରବଳ ବର୍ଷା ହେବ । ଶନିବାର ପର୍ଯ୍ୟନ୍ତ ଏଭଳି ପାଗ ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି ।

ଢେଙ୍କାନାଳ, କେନ୍ଦୁଝର, କଟକ, ଖୋର୍ଧା, ପୁରୀରେ ରେଡ ଆର୍ଲଟ ଜାରି କରାଯାଇଛି । ଏହି ଜିଲ୍ଲାଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିଭଳି ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର, ଗଞ୍ଜାମ, କେନ୍ଦ୍ରପଡା, ନୟାଗଡ, ଦବଗଡ଼ା,ଅନୁଗୁଳୁରେ ଅରେଞ୍ଜ ଓ୍ଵାର୍ଣ୍ଣିଂ ଦିଆଯାଇଛି । ସମ୍ବଲପୁର, ବୌଦ୍ଧ, କନ୍ଧମାଳ, ଗଜପତିରେ ମଧ୍ୟ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ମତ୍ସଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.