ଉତ୍କଳ ବିଶ୍ୱବିଦ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଅଫିସର ଆସବାବପତ୍ର

ଭୁବନେଶ୍ବର(କେନ୍ୟୁଜ୍):  ବାଣୀବିହାର ସିଣ୍ଡିକେଟ୍ ଅଫିସରେ ଲାଗିଲା ନିଆଁ । ହଠାତ ଅଫିସ ଭିତର ପାର୍ଶ୍ବରୁ  ନୁଆଁ ବାହାରିବାରୁ କର୍ମଚାରୀମାନେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ନିଆଁ କେଉଁ କାରଣରୁ  ଲାଗିଛି ଜଣା ପଡିନଥିବା ବେଳେ ଏହା ସର୍ଟ ସର୍କିଟରୁ ଘଟିଥାଇ ପାରେ ବୋଲି ଅଗ୍ନିଶମ ବିଭାଗ ସନ୍ଦେହ କରୁଛି। ଏହି ଅଗ୍ନିକାଣ୍ଡରେ ଅଫିସର ସବୁ ଆସବାବପତ୍ର ପୋଡି ପାଉଁଶ  ହୋଇଯାଇଛି।

vanibihar fire