ଦକ୍ଷିଣ ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ସାମୁଦ୍ରିକ ଝଡ଼, ଭାନୁଆଟୁ ଆଡକୁ ମାଡ଼ିଆସୁଛି ବାତ୍ୟା ରୀଟା

ଦକ୍ଷିଣ ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଅବସ୍ଥିତ ଭାନୁଆଟୁ ଆଡକୁ ମାଡ଼ିଆସୁଛି ବାତ୍ୟା ରୀଟା। ଦକ୍ଷିଣ ପ୍ରଶାନ୍ତ ମହାସାଗରର ପୂର୍ବରେ ସଂଗଠିତ ଏହି ବାତ୍ୟା କ୍ରମଶଃ ବଳଶାଳୀ ହୋଇ କ୍ୟାଟାଗୋରୀ ୧ରୁ କ୍ୟାଟାଗେରୀ ୨କୁ ପରିବର୍ତ୍ତନ ହୋଇଛି। ପୂର୍ବ ଭାନୁଆଟୁକୁ ଏହା ଗତି କରି ଆସନ୍ତାକାଲି ଓ ବୁଧବାର ତାଣ୍ଡବ ରହିବ ବୋଲି ପାଣିପାଗ ବିଭାଗ ସତର୍କ କରିଛି। ରୀଟାର ପ୍ରଭାବରେ ଅତିପ୍ରବଳ ବର୍ଷା ହେବା ସହ ସମୁଦ୍ରତଟ ଭୟଙ୍କର ରୂପ ଧାରଣ କରିବ ବୋଲି ଚେତାବନୀ ଦିଆଯାଇଛି। ଏହାର ପ୍ରଭାବରେ ଗତକାଲି ଠାରୁ ଟୋରବା ପ୍ରଦେଶ ଓ ଭାନୁଆଟୁର କେତେକ ଦ୍ୱୀପରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି। ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାପାଇଁ ଭାନୁଆଟୁ ପ୍ରଶାସନ ପରାମର୍ଶ ଦେଇଛି। ତେବେ ନ୍ୟୁଜିଲାଣ୍ଡରେ ଏହା ଦ୍ୱାରା କ୍ଷୟକ୍ଷତିର ସମ୍ଭାବନା କମ ବୋଲି କୁହାଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.