Renault ଆଣିଛି ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ଏହି ତିନୋଟି କାର ଉପରେ ତିନି ଲକ୍ଷ ପର୍ଯ୍ୟନ୍ତ ଭାରି ଡିସକାଉଣ୍ଟ

ଯଦି ଆପଣ ମଧ୍ୟ Renault କାର କିଣିବା ପାଇଁ ଭାବୁଛନ୍ତି, ତେବେ ଆପଣଙ୍କ ପାଇଁ ଏବେ ରହିଛି ସୁବର୍ଣ୍ଣ ସୁଯୋଗ। କମ୍ପାନୀ ନିଜର କାର Duster, Kwid ଏବଂ Captur  କାର ଗୁଡିକରେ ତିନି ଲକ୍ଷ ପର୍ଯ୍ୟନ୍ତ ଡିସକାଉଣ୍ଟ ଦେଉଛି। ତେବେ ଆସନ୍ତୁ ଜାଣିବା କମ୍ପାନୀ ଏହି କାର ଗୁଡିକରେ କେତେ ଟଙ୍କା ଦେଉଛି ଡିସକାଉଣ୍ଟ।

Renault Duster

dusterRenault Duster ସମସ୍ତଙ୍କୁ ପସନ୍ଦ। ଏହା କାର ଗ୍ରାହକଙ୍କୁ ଖୁବ୍‌ ପସନ୍ଦ। ଡିଜେଲ ଏବଂ ପେଟ୍ରୋଲ ଇଞ୍ଜିନରେ ଏହା ଉପଲବ୍ଧ। ଏହାର ମାଇଲେଜ୍‌ ୧୪ ରୁ ୨୦ କିମି ପ୍ରତିଲିଟର ପିଛା ରହିଛି। କମ୍ପାନୀ Dusterର କିଛି ଷ୍ଟକ କାର ଉପରେ ୧.୨୫ ଲକ୍ଷ ଟଙ୍କା ଡିସକାଉଣ୍ଟ ଦେଉଛି। ଯେଉଁଥିରେ ୧୦,୦୦୦ର ଏଡିସନାଲ ବୋନସ୍‌ କିମ୍ବା ୨୦,୦୦୦ ଟଙ୍କାର ଏକ୍ସଚେଞ୍ଜ ଅଫର ସାମିଲ ରହିଛି।

Renault Kwid

kwidRenault kwid ପାଞ୍ଚ ସିଟର ହ୍ୟାଚବ୍ୟାକ୍‌ କାର ଅଟେ। ଏଥିରେ ୭୯୯ସିସି ଏବଂ ୯୯୯ସିସିର ପେଟ୍ରୋଲ ଇଞ୍ଜିନ ଦିଆଯାଇଛି। ଏହାର ମାଇଲେଜ୍‌ ୨୩.୦୧ରୁ ନେଇ ୨୫.୧୭ ପ୍ରତିଲିଟର ରହିଛି। କମ୍ପାନୀ kwidର କିଛି ସୀମିତ ଷ୍ଟକ ଉପରେ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ଦେଉଛି। ଏହାସହିତ କମ୍ପାନୀ ଏହା ଉପରେ ଚାରି ବର୍ଷ ଏବଂ ଏକ ଲକ୍ଷ କିଲୋମିଟରର ଓ୍ଵାରେଣ୍ଟୀ ମଧ୍ୟ ଦେଉଛି।

Renault Captur

captureଏହି କାର ଉଭୟ ପେଟ୍ରୋଲ ଏବଂ ଡିଜେଲ ଇଞ୍ଜିନରେ ଉପଲବ୍ଧ ରହିଛି। ରେ ୧୪୬୧ସିସିର ଡିଜେଲ ଇଞ୍ଜିନ ଏବଂ ୧୪୯୮ସିସିର ପେଟ୍ରୋଲ ଇଞ୍ଜିନ ଦିଆଯାଇଛି। ଏହା ପାଞ୍ଚ ସିଟର ଏସୟୁଭି କାର ଅଟେ। କମ୍ପାନୀ ଏହି ଏସୟୁଭି କାର ଉପରେ ସବୁଠାରୁ ଅଧିକ ଅର୍ଥାତ ତିନି ଲକ୍ଷ ଟଙ୍କା ଡିସକାଉଣ୍ଟ ଦେଉଛି। ଏଥିରେ ଏକ୍ସଚେଞ୍ଜ ଡିସକାଉଣ୍ଟ ମଧ୍ୟ ସାମିଲ ରହିଛି।

ଏହାସହ ପଢନ୍ତୁ : ମାଗଣାରେ ଘରକୁ ଆଣନ୍ତୁ Crayon Envy ଇଲେକଟ୍ରିକ୍‌ ସ୍କୁଟର ! ଦମଦାର ଫିଚର୍ସ ସହିତ ରହିଛି ଆକର୍ଷଣୀୟ ଲୁକ୍‌

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଅଟୋ ସେକ୍ଟରରେ ଚାଲିଥିବା ମାନ୍ଦାବସ୍ଥା ପରେ ମଧ୍ୟ ଆକ୍ଟୋବର ମାସରେ କାର ବିକ୍ରି ଅଧିକ ହୋଇଛି। ଏହି ବିକ୍ରି ମଧ୍ୟରେ ଟପ୍‌ ତିନରେ Marutiର କାର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.