ଜାଲରେ ପଡିଲା ବିରଳ ପ୍ରଜାତିର ମାଛ, ଜାଣନ୍ତୁ କେତେ ଟଙ୍କାରେ ହେଲା ନିଲାମ

କୁହାଯାଏ ଯେତେବେଳେ ଭାଗ୍ୟ ଖୋଲିଯାଇଥାଏ ସେତେବେଳେ ମଣିଷର ଭାଗ୍ୟ ତତକାଳ ପ୍ରଭାବରେ ବଦଳି ଯାଇଥାଏ। କେବେ କେବେ ମଣିଷ ହାତରେ ଏଭଳି କିଛି ଲାଗିଯାଇଥାଏ, ଯାହା ତାଙ୍କୁ ଗୋଟିଏ ମିନିଟ୍‌ ରେ ଧନୀ କରି ଦେଇଥାଏ। ଆପଣମାନେ ଶୁଣିଥିବେ ସମୁଦ୍ର ନିଜ ଗର୍ଭରେ ଅନେକ ମୂଲ୍ୟବାନ ସମ୍ପତି ଲୁଚାଇ ରଖିଥାଏ। ଯେଉଁ କାରଣରୁ ଧୀବର ହାତରେ ଏଭଳି କିଛି ଜିନିଷ ଲାଗିଥାଏ, ଯାହା ତାଙ୍କୁ ଧନୀ କରିଦେଇଥାଏ। ଏଭଳି କିଛି ଘଟଣା ବର୍ତ୍ତମାନ ପଶ୍ଚିମବଙ୍ଗଳାର ଜଣେ ଧୀବର ସହ ଘଟିଥିବାର ଖବର ସାମ୍ନାକୁ ଆସିଛି।

ହାଓ୍ଵଡା ଜିଲ୍ଲାର ଅଲୁବେରିଆରେ ତରୁଣ ବେରା ନାମକ ଜଣେ ଧୀବରଙ୍କ ହାତରେ ଏଭଳି କିଛି ଜିନିଷ ଲାଗିଛି, ଯାହା ତାଙ୍କୁ ଖୁବ୍‌ ଖୁସି କରିପାରିଛି। ଜାଲ ଲଗାଇବାର କିଛି ସମୟ ପରେ ତରୁଣ ଜାଲ ଉଠାଇବା ପାଇଁ ଅନୁଭବ କରିବାରୁ ସେ ତାଙ୍କ ସାଙ୍ଗ ସହ ମିଶି ଜାଲକୁ ଭିଢିଥିଲେ। ତରୁଣଙ୍କ ଜାଲରେ ଏତେ ବଡ ମାଛ ପଡିଥିଲା, ଯାହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ମାଛ ଜମ୍ବୋ ଭେଟକୀ ପ୍ରଜାତିର, ଯାହାର ଓଜନ ୧୮ କିଲ ୫୦୦ ଗ୍ରାମ। ତରୁଣ ଏହି ମାଛ ବିକିବା ପାଇଁ ଫୁଲେଶ୍ୱର ବଜାର ନେଇଯାଇଥିଲେ। ବଜାରରେ ଏହି ମାଛକୁ ଦେଖିବା ପାଇଁ ମଧ୍ୟ ଭିଡ ଜମିବାରେ ଲାଗିଥିଲା। ଯାହାପରେ ତରୁଣ ଏହି ମାଛକୁ ନିଲାମ କରିବା ପାଇଁ ସ୍ଥିର କରିଥିଲେ।

fish-

ଏହାସହ ପଢନ୍ତୁ: ଏବେ ଘରୁ ମୂଷାକୁ ତଡ଼ିବ ଏହି ମୋବାଇଲ ଆପ୍, ଜାଣନ୍ତୁ କିପରି କରିବେ ବ୍ଯବହାର

ଏହି ମାଛକୁ କିଣିବା ପାଇଁ ନିଲାମ ମଧ୍ୟ ହକାଯାଇଥିଲା। ଜଣେ ସ୍ଥାନୀୟ ମାଛ ବିକାଳୀ ଏହି ଭେଟକୀ ମାଛକୁ ୧୨ ହଜାର ଟଙ୍କାରେ କିଣିଥିଲେ। ମାଛ ବିକାଳୀ ଜଣକ କହିଛନ୍ତି ସେ ବର୍ତ୍ତମାନ ଏହି ମାଛକୁ ୧୩ ହଜାର ରୁ ୧୪ ହଜାର ଟଙ୍କାରେ ବିକ୍ରି କରିବେ। ରିପୋର୍ଟ ଅନୁଯାୟୀ କିଛି ଦିନ ପୂର୍ବରୁ ବ୍ରାଜିଲରେ ଜଣେ ଧୀବର ଦୁନିଆର ସବୁଠାରୁ ବଡ ଅମେଜନରେ ଅବସ୍ଥିତ ଅମାନା ସଷ୍ଟେନେବଲ ଡେଭଲପମେଣ୍ଟ ରିଜର୍ଭରୁ ପିରାରୁକୁ ପ୍ରଜାତିର ଏକ ବିଶାଳକାୟ ମାଛ ଧରିଥିଲେ। ଏହି ମାଛର ଓଜନ ପାଖାପାଖି ୨୦୦ କିଲଗ୍ରାମ ରହିଥିଲା। ବ୍ରାଜିଲର ମାଛ ମାର୍କେଟରେ ପିରାରୁକୁର ମୂଲ୍ୟ କିଲ ପ୍ରତି ୪୮ ବ୍ରାଜିଲିୟନ ରିଆଲ ଅର୍ଥାତ ପାଖାପାଖି ୮୨୫ ଟଙ୍କା ହେବ।

Leave A Reply

Your email address will not be published.