ବାପା ପୁଅକୁ ପଟି କଲୁ କି ପଚାରିବାରୁ ପୁଅ ଦେଲା ଏମିତି ଜବାବ, ଶୁଣିବା ପରେ ହସି ହସି ଗଡ଼ିଗଲେ ବାପା, ଦେଖନ୍ତୁ ଭାଇରାଲ ଭିଡିଓ

ଏବେ ଫେସ୍‌ବୁକ୍‌ରେ ଏକ ଏମିତି ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ହସି ହସି ଗଡ଼ିଯିବେ। ଫିଲ୍ମ ଷ୍ଟାର ବିଦ୍ୟାବଲାନ୍‌ ମଧ୍ୟ ଏହି ଛୁଆଟିକୁ ଖୁବ୍‌ ପ୍ରଶଂସା କରିଛନ୍ତି। ଭିଡିଓଟିକୁ ଅକ୍ଟୋବର ୨୪ ତାରିଖରେ ଦାନୀ ଦେବିଟୋ ନାମକ ଜଣେ ୟୁଜର ସେୟାର କରିଛନ୍ତି। ଭିଡିଓଟି ସାନ୍‌ଫ୍ରାନ୍‌ସିସ୍‌ କୋର ଫେୟରମୋଟ୍‌ ସହରର। ଭିଡିଓରେ ପିତା ଗ୍ରେଗ୍‌ ଟଏଲେଟ୍‌ରେ ବସିଥିବା ୨ ବର୍ଷୀୟ ପୁଅ ମେଟ୍‌ ସହ କଥା ହେଉଥିବା ଦେଖିବାକୁ ମିଳିଛି।

ଦେଖନ୍ତୁ ଭିଡିଓ:

Video Courtesy: FB(Dani DeVito)

ଏହାସହ ପଢ଼ନ୍ତୁ:  ବିବାହରେ ଫଟୋସୁଟ୍‌ ଚାଲିଥିବା ବେଳେ ସୁଟ୍‌ବୁଟ୍‌ରେ ଆସି ଚୋର ଲୁଟି ନେଲା ଟଙ୍କା ଭର୍ତ୍ତି ବ୍ୟାଗ୍‌, ଦେଖନ୍ତୁ ସମ୍ପୂର୍ଣ୍ଣ ଦୃଶ୍ୟ

ଭିଡିଓରେ ଗ୍ରେଗ୍‌ ପୁଅକୁ ପଚାରୁଛନ୍ତି ତୁମେ ପଟି(ଝାଡ଼ା) କଲ? ଏହାଶୁଣି ପୁଅ ମୁହଁକୁ ବିକୃତ କରି କହୁଛି ମୁଁ ପଟି ନୁହେଁ , କେବଳ ଟଏଲେଟ୍‌ କରିଛି। ଏହା ଶୁଣି ପିତା ଖୁବ୍‌ ଜୋର୍‌ରେ ହସିବାକୁ ଲାଗୁଛନ୍ତି। ହସିହସି ଗ୍ରେଗ୍‌ଙ୍କ ଆଖିରୁ ଲୁହ ବାହାରିଯାଉଥିବା ଦେଖିବାକୁ ମିଳିଛି। ଏହା ଦେଖି ପୁଅ ପୁଣି ପଚାରୁଛି, କ’ଣ ପାପା ଦୁଃଖୀ ଅଛନ୍ତି? ପରେ ବାପା ପୁଅକୁ କୁଣ୍ଢାଇ ପକାଉଛନ୍ତି। ଭିଡିଓଟିକୁ ଏବେ ପର୍ଯ୍ୟନ୍ତ ୨୭ ମିଲିୟନ୍‌ ଥର ଦେଖାସରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.