Below header

ମଙ୍ଗଳ ଗ୍ରହରୁ ମିଳିଲା ବିଶାଳକାୟ ଜୀବର ଶବ, ଚାଲିଛି ବୈଜ୍ଞାନିକଙ୍କ ପରୀକ୍ଷା ନିରୀକ୍ଷା

ମଙ୍ଗଳ ଗ୍ରହରେ ମିଳିଛି ଜୀବର ସନ୍ଧାନ । ବୈଜ୍ଞାନିକମାନେ ଏକ ବିଲାକାୟର ମୃତଦେହକୁ ସେଠାରେ ଠାବ କରିଛନ୍ତି । ତାର ଫଟୋରୁ ଯାହା ଅନୁମାନ କରାଯାଉଛି ଏହି ବିଶାଳକାୟ ଜୀବର ମୁଣ୍ଡ, ଗୋଡ଼ ଆଦି ସହ ପୂରା ଶରୀର ରହିଛି । ନାସା ସମେତ ବିଶ୍ୱର ଅନ୍ୟ ବୈଜ୍ଞାନିକମାନେ ମଧ୍ୟ ଏହି ଫଟୋକୁ ଭଲ ଭାବେ ଅନୁଧ୍ୟାନ କରୁଛନ୍ତି । ଯଦିଓ ଇଏ କେଉଁ ଜୀବର ମୃତଦେହ ତାହା ସ୍ପଷ୍ଟ ହୋଇ ନାହିଁ ତଥାପି ଫଟୋ ଦେଖିବା ପରେ ମଙ୍ଗଳ ଗ୍ରହରେ ଜୀବ ସତ୍ତା ରହିଥିବା ନେଇ ଆଉ ଏକ ପ୍ରମାଣ ମିଳିଛି ।

MARS-2ଆମେରିକା ଓହିଓ ବିଶ୍ୱବିଦ୍ୟାଳୟର ଜୀବ ବିଜ୍ଞାନୀ ତଥା ନାସା ସହ କାମ କରୁଥିବା ଡ. ରୋମୋସର ଅନେକ ବର୍ଷରୁ ମଙ୍ଗଳ ଗ୍ରହର ଅନଲାଇନ୍‌ ଚିତ୍ର ସବୁକୁ ପରୀକ୍ଷା ନିରୀକ୍ଷା କରୁଛନ୍ତି । ସେଠାରେ କିଛି ମାଛି ଭଳି କୀଟ ଏବଂ ସାପ ଆକାରର ସରୀସୃପ ତାଙ୍କ ନଜରକୁ ଆସିଥିବା ସେ କହିଛନ୍ତି । ମଙ୍ଗଳରେ ଥିବା କୀଟ ପତଙ୍ଗଙ୍କର ପକ୍ଷୀ ଅଛି ଓ ସେମାନେ ଉଡ଼ନ୍ତି ବୋଲି ମଧ୍ୟ ଡ. ରୋମୋସ କହିଛନ୍ତି ।

MARS-4

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.