ଖୋର୍ଦ୍ଧା: ଗ୍ରୀନଆର୍ମି ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ଯୌଥ ପରିବାରକୁ ଭେଟିବାକୁ ବିଦେଶରୁ ଆସିଲେ ୫୦ରୁ ଅଧିକ ଦେଶ ବିଦେଶର ଅତିଥି

ଟଙ୍ଗୀ(କେନ୍ୟୁଜ୍): ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଗୟାବନ୍ଧରେ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ୧୨୩ ଜଣଙ୍କୁ ନେଇ ଯୌଥ ପରିବାର ଖୁବ ସୁନ୍ଦର ଭାବରେ ପରିଚାଳିତ ହେଉଛି । ଏହାକୁ ଦେଖିବା ପାଇଁ ଆଜି ୫୦ରୁ ଅଧିକ ଦେଶ ବିଦେଶର ମାଆ ମାନେ ଆସି ପହଞ୍ଚିଥିଲେ । ଏହା ପରେ ସେମାନଙ୍କୁ ଗ୍ରୀନଆର୍ମି  ଓ ଶ୍ରୀଚନ୍ଦନ ପରିବାର ଶ୍ରଦ୍ଧାପୁର୍ବକ ପାଛୋଟି ନେଇଥିଲେ ନିଜ ଘରକୁ । ଏହା ପରେ ଶ୍ରୀଚନ୍ଦନଙ୍କ ବଗିଚାରେ ଅତିଥିମାନଙ୍କ ଦ୍ବାରା ଵୃକ୍ଷ ରୋପଣ କରାଯାଇଥିଲା ।

khordha green army

ଏହା ପରେ ତାଙ୍କ ପରିବାର ସହ କିଛି ସମୟ ବାର୍ତ୍ତାଳପ କରିବା ସହିତ ମଧ୍ୟାନଭୋଜନ ମଧ୍ୟ ଏକା ସଙ୍ଗାରେ କରିଥିଲେ । ଏହି କାର୍ଯ୍ୟକ୍ରମରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପୂର୍ବତନ ସାଂସଦ ଡକ୍ଟର ପ୍ରସନ୍ନ ପାଟ୍ଟଶାଣୀ ଆଇଟିଆର ଅଧିକାରୀ ଓ ବହୁ ମାନ୍ୟଗନ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ଆଜିର  ଏହି  କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ‘ବିଶ୍ଵ ଏକ ଯୌଥ ପରିବାର   ଆମେ ତାର ପରିବାର ସଦସ୍ୟ‘  ଓ ଏହା ସହିତ ‘ଗଛ ଆମର ଜୀବନ ତାର ଆମେ ବନ୍ଧୁ’ ଏହି ବର୍ତ୍ତାକୁ ପ୍ରଚାର ପ୍ରସାର କରିବା।  ଏହି ଉକ୍ତିକୁ ନେଇ ହରିଚନ୍ଦନ ପରିବାର ଏକ ଉଦାହରଣ ସୃଷ୍ଟି କରିଛି ବୋଲି ଅତିଥିମାନେ କହିଥିଲେ। । ବିଦେଶରୁ ଆସିଥିବା ଅତିଥି ମାନେ ଶ୍ରୀଚନ୍ଦନ ପରିବାର ଓ ତାଙ୍କ ବାଡ଼ିବଗିଚାରେ ବୁଲିଥିଲେ । ଏହା ସହ ଦିଲ୍ଲିପଙ୍କ  ପରିବାର ଲୋକଙ୍କ ସହିତ କିଛି ସମୟ ପାଇଁ ଏକ ଗାଉଁଲି ଚାଲି ଚଳନର ବେଶ୍ ମଜା ଉଠାଇବା ସହ ପରିବାର ଲୋକଙ୍କ ସହ ସେଲ୍ଫି ନେଇଥିଲେ । ପରେ ପରେ ଅତିଥିମାନେ ବେଶ ଖୁସି ମନ ନେଇ ବସରେ ଭୁବନେଶ୍ୱର ଫେରିଯାଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.