Below header

ମୁହଁ ଲୁଚାଇ ମେଟ୍ରୋରେ ଯାତ୍ରା କରୁଥିବାର ନଜର ଆସିଲେ ସାରା ଅଲ୍ଲୀ ଖାନ୍‌, ଫ୍ୟାନ୍‌ମାନେ ବି ଚିହ୍ନିପାରିଲେ ନାହିଁ

ବଲିଉଡ୍‌ରେ ସଫଳତା ପାହାଚରେ ଚଢ଼ୁଥିବା ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ଙ୍କ ହାତରେ ଏବେ ଅନେକ ଫିଲ୍ମର ଅଫର୍‌ ରହିଛି। ନିକଟରେ ସେ ଅଭିନେତା କାର୍ତ୍ତିକ ଆଯ୍ୟର୍ନ୍‌ଙ୍କ ସହ ଇମ୍‌ତିୟାଜ୍‌ ଅଲ୍ଲୀଙ୍କ ଫିଲ୍ମର ଶୁଟିଂ ଶେଷ କରିଛନ୍ତି। ଏହାପରେ ସାରା ‘କୁଲି ନମ୍ବର.୧’ର ଶୁଟିଂ ପୂରା କରିଥିଲେ। ତେବେ ନିକଟରେ ସେ ମେଟ୍ରୋରେ ଯାତ୍ରା କରୁଥିବାର ନଜର ଆସିଥିଲେ।

ବର୍ତ୍ତମାନ ସାରା ନିଜର ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି ସାଙ୍ଗମାନଙ୍କ ସହ ନ୍ୟୁୟର୍କରେ ଛୁଟି କଟାଉଛନ୍ତି। ସେହି ମସ୍ତି ବେଳର କିଛି ଫଟୋ ସେ ସୋସିଆଲ ମିଡିଆରେ ମଧ୍ୟ ଶେୟାର କରିଛନ୍ତି। ଏହାସହ ଆଉ ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ନ୍ୟୁୟର୍କରେ ନିଜ ସାଙ୍ଗମାନଙ୍କ ସହ ମେଟ୍ରୋରେ ଯାତ୍ରା କରୁଛନ୍ତି।

sara3

ଏହାସହ ପଢ଼ନ୍ତୁ: ଟାଇଗର ଶ୍ରଫ୍‌ଙ୍କ ଭଉଣୀ କୃଷ୍ଣାଙ୍କ ବିକିନି ଫଟୋ ହେଲା ଭାଇରାଲ, କମେଣ୍ଟ୍‌ରେ ପୋତି ପକାଇଲେ ଫ୍ୟାନ୍ସ

ଫଟୋରେ ସାରା ଦୁଇଜଣଙ୍କ ମଝିରେ ବସିଥିବାର ଦେଖିବାକୁ ମିଳୁଛି। ଆଉ ନିଜ ଚେହେରାକୁ ସ୍କାର୍ଫରେ ଢାଙ୍କିଛନ୍ତି। ସେ କଳା ରଙ୍ଗର ଜିନ୍ସ ଏବଂ ବାଇଗେଣି ରଙ୍ଗର ଜ୍ୟାକେଟ୍‌ ପିନ୍ଧିଛନ୍ତି। ଏହାସହ ପରଥିବା ବୁଟ୍‌ସ ମଧ୍ୟ ପିନ୍ଧିଛନ୍ତି। ଏହାପୂର୍ବରୁ ବି ସାରା ମୁହଁ ଲୁଚାଇଥିବାର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇସାରିଛି।

ସାରା ଯେତେବେଳେ ଇମ୍‌ତିୟାଜ୍‌ ଅଲ୍ଲୀଙ୍କ ଫିଲ୍ମର ଶୁଟିଂ ମନାଲିରେ କରୁଥିଲେ, ସେତେବେଳେ ସେ ମୁହଁକୁ ଢାଙ୍କି ବୁଲିବାକୁ ବାହାରୁଥିଲେ। କିଛି ଲୋକ ତାଙ୍କୁ ଚିହ୍ନିପାରୁଥିଲେ, ଯାହାଫଳରେ ତାଙ୍କୁ ସେମାନଙ୍କ ସହ ସେଲ୍ଫି ନେବାକୁ ପଡ଼ୁଥିଲା।

sara34

ଏହାସହ ପଢ଼ନ୍ତୁ: ପତିଙ୍କ ସହ ଜାପାନରେ ଏମିତି ବିବାହ ବାର୍ଷିକୀ ପାଳିଲେ ଶିଳ୍ପା, ଯାହା ଦେଖି ଖୁସି ହୋଇଗଲେ ଫ୍ୟାନ୍‌

ଏହାଛଡ଼ା ସାରା ଇଦ୍‌ ଅବସରରେ କାର୍ତ୍ତିକଙ୍କ ସହ ମୁମ୍ବାଇରେ ମାହିମ୍‌ଙ୍କ ଦରଘାରେ ପହଞ୍ଚିଥିଲେ। ସେଠାରେ ବି ଦୁହେଁ ମୁହଁ ଲୁଚେଇଥିବାର ନଜର ଆସିଥିଲେ। ଦୁଇଜଣ ନିଜ ସେଲ୍ଫିକୁ ସୋସିଆଲ ମିଡିଆରେ ଶେୟାର୍‌ କରିଥିଲେ। କାର୍ତ୍ତିକ ଫଟୋ ଶେୟାର କରି ଫ୍ୟାନ୍‌ମାନଙ୍କୁ ଇଦ୍‌ ମୁବାରକ୍‌ କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.