Below header

ମୃତ ଘୋଷଣା ପରେ ଶବଗୃହରେ ଜୀବିତ ହୋଇ ଉଠିଲେ ରୋଗୀ

ଆସାମର ଟିନସୁକିୟାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଡାକ୍ତର ମୃତ ଘୋଷଣା ପରେ ଶବଗୃହରେ ଜୀବିତ ହୋଇ ଉଠିଲେ ଜଣେ ରୋଗୀ। ମହମ୍ମଦ ହୁସେନ ନାମକ ଜଣେ ବ୍ୟକ୍ତିଙ୍କୁ କିଛି ଦିନ ତଳେ ତାଙ୍କ ପରିବାର ଲୋକ ଟିନସୁକିୟା ସିଭିଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ମେଡିକାଲ ପକ୍ଷରୁ କୁହାଯାଇଥିଲା। ଏପରିକି ତାଙ୍କ ଶରୀରକୁ ଅଲଗା ଗୃହରେ ତଳେ ରଖାଯାଇଥିଲା ବୋଲି କହିଛନ୍ତି ପରିବାର ଲୋକ। ମାତ୍ର ପରେ ସେ ଜୀବିତ ଥିବା ଜାଣିବାକୁ ମିଳିଥିଲା। ଅନ୍ୟପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ। ଗୁରୁତର ରୋଗୀମାନଙ୍କୁ ଅଲଗା ରଖାଯାଇଥିବା କହିଛନ୍ତି କର୍ତ୍ତୃପକ୍ଷ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.