ପ୍ରଧାନ ଶିକ୍ଷୟୀତ୍ରୀଙ୍କ ଇଙ୍ଗିତରେ ସ୍କୁଲରେ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିଲେ ଛାତ୍ର

ସ୍କୁଲରେ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିଲେ ଛାତ୍ର। ତାହା ପୁଣି ପ୍ରଧାନ ଶିକ୍ଷୟତ୍ରୀଙ୍କ ଇଙ୍ଗିତରେ। ଏଭଳି ହତଚକିତ କଲାଭଳି ଘଟଣା ଘଟିଛି ଖଣ୍ଡପଡ଼ା ଥାନା ବାଇଗୁଣିଆ ସମବାୟ ତନ୍ତୁ ହାଇସ୍କୁଲରେ। ବିଦ୍ୟାଳୟରେ ଅନେକ ଦିନରୁ ପ୍ରଧାନ ଶିକ୍ଷୟତ୍ରୀ ଓ ସହକାରୀ ଶିକ୍ଷକଙ୍କ ମଧ୍ୟରେ ବିବାଦ ରହିଥିଲା। ଗ୍ରାମବାସୀମାନେ ମଧ୍ୟ ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ଘଟଣା ଜିଲ୍ଲା ଶିକ୍ଷାଧିକାରୀଙ୍କ ନଜରକୁ ମଧ୍ୟ ଆସିଥିଲା। ତେବେ ଆଜି ପ୍ରଧାନ ଶିକ୍ଷୟତ୍ରୀ ସେବତୀ ପରିଡ଼ା ପିଲା ଲଗାଇ ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ମାଡ଼ ମାରିଛନ୍ତି। ଏନେଇ ମାଡ଼ ଖାଇଥିବା ଛାତ୍ରଙ୍କ ପରିବାର ଥାନାର ଦ୍ୱାରସ୍ଥ ହୋଇଛନ୍ତି।