ବଢ଼ିଲା କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା, ପିଛିଲା ଭାବେ ପାଇବେ ଜାନୁଆରୀରୁ

ବଢ଼ିଲା କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା | କେନ୍ଦ୍ର ସରକାର ଆଜି କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ % ବଢ଼ାଇଛନ୍ତି |

ନୂଆଦିଲ୍ଲୀ : ବଢ଼ିଲା କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା | କେନ୍ଦ୍ର ସରକାର ଆଜି କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ % ବଢ଼ାଇଛନ୍ତି | ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ଜାନୁଆରୀ ୧ରୁ ଲାଗୁ ହେବ | ଏହି ମହଙ୍ଗା ଭତ୍ତାର ଲାଭ ଉଭୟ କେନ୍ଦ୍ର କର୍ମଚାରୀ ଓ ପେନସନ ଭୋଗୀ ପାଇବେ | ଏସମ୍ପର୍କିତ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ଦେଇଛି |

ନିର୍ବାଚନ ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ପାଇଁ ମୋଦି ସରକାରଙ୍କ ବଡ ଭେଟି | ଏହାଦ୍ବାରା ୪୯ ଲକ୍ଷ ୧୮ ହଜାର ସରକାରୀ କର୍ମଚାରୀ ଓ ୬୭ଲକ୍ଷ ୯୫ ହଜାର ପେନସନଧାରୀ ଉପକୃତ ହେବେ । ଏହାଦ୍ବାରା କେନ୍ଦ୍ର ସରକାରଙ୍କ ଉପରେ ବାର୍ଷିକ ୧୨ହଜାର ୮୬୮ କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ ।  ସେହିପରି କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି ନେଇଛି, ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଉଜ୍ଜ୍ବଳା ଯୋଜନାରେ ହିତାଧିକାରୀଙ୍କୁ ୩୦୦ ଟଙ୍କା ସବସିଡି ଜାରି ରହିବ । ୨୦୨୫ ମାର୍ଚ୍ଚ ୩୧ ତାରିଖ ଯାଏ ମିଳିବ ଉଜ୍ଜ୍ବଳା ସବସିଡି । ଏହାଦ୍ବାରା ୧୦ କୋଟି ପରିବାର ଉପକୃତ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.