Below header

ସୁନା ସାର୍‌ଙ୍କୁ ଝୁରୁଛନ୍ତି ସମସ୍ତେ, ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଯାଇଥିଲେ କିନ୍ତୁ ନିଜେ ହୃଦ୍‌ଘାତରେ ଚାଲିଗଲେ

ସୁନା ସାର ଗୋରୋଡ଼ୀ ଝାଟିଆ ଅଞ୍ଚଳରେ ବେଶ ସୁନାମ ଅର୍ଜନ କରିଥିଲେ ବୋଲି କୁହନ୍ତି ସହକର୍ମୀ l ତେବେ ସୁନା ସାର କିଏ ସେ କଣ କରନ୍ତି କାହିଁକି ଆଜି କଟକ ଜିଲ୍ଲା ଗୋରୋଡି ଝାଟିଆ ଝୁରୁଛି । ଆସନ୍ତୁ ସେ ସମ୍ପର୍କରେ ଜାଣିବା l

ସମସ୍ତଙ୍କ ଆଖିରେ ଲୁହ । ଶବ ବ୍ୟବଚ୍ଛେଦ ଗୃହ ସମ୍ମୁଖରେ ଘେରି ରହିଥାନ୍ତି ଲୋକେ । ଆଉ ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ସୁନା ସାରଙ୍କ ଭଳି ମଣିଷ ଆଉ ମିଳିବେନି । ହେଲେ ଏହାରି ଭିତରେ ବାପାଙ୍କ ମୃତ ଦେହକୁ ଭୋ ଭୋ ହୋଇ କାନ୍ଦୁଥାଏ ପୁଅ । ପୁଅର କାନ୍ଦରେ ଫାଟି ପଡ଼ୁଥାଏ ପୁରା ପରିବେଶ। କହୁଥାଏ ବାପା ତୁମେ ମୋତେ ଛାଡି ଯାଅନି, ତୁମେ ଚାଲିଗଲେ ମୁଁ କେମିତି ବଞ୍ଚିବି l ତୁମେ କହିଥିଲ ବାପା ଥିଲା ପୁଅ ଶଭାରେ ହାରେନି ତୁମେ ତ ଚାଲିଗଲ ମୁଁ ଏକୁଟିଆ କେମିତି ଏତେ ବଡ଼ ସଂସାରରେ ଚାଲିବି l ଏମିତି କିଛି କହି କହି ବାପାଙ୍କ ନିକଟରେ କାନ୍ଦୁ ଥାଆନ୍ତି l କାରଣ ମା’ ନଥାନ୍ତି କି ଆଉ ପରିବାର ବର୍ଗ ନାହାନ୍ତି କାନ୍ଦିବା ପାଇଁ ଯଦି ଅଛନ୍ତି ସୁନା ସାରଙ୍କ ସହଯୋଗୀ ସହପାଠୀ l

ଶବ ସଂରକ୍ଷଣ ଘରୁ ବାହାର କରି ଆଣିଲା ପରେ ଘେରି ରହିଥାନ୍ତି ସବୁ ବନ୍ଧୁ ଶଖା ସହପାଠୀ ସହଯୋଗୀ l ସତେ ଯେମିତି ଯେମିତି ଏହି ମୃତକଙ୍କ ମରଣ ସମସ୍ତଙ୍କଙ୍କୁ ବଡ଼ ଆଘାତ ଲାଗିଛି l ତାପରେ ପୁଅକୁ ବାପାଙ୍କ ଠାରୁ ଅଲଗା କରିବା ପାଇଁ ବହୁତ ଟଣା ଓଟରା ପରେ ଶବକୁ ଟାଣି ଟାଣି ନେଇଗଲେ ଶବ ବ୍ୟବଚ୍ଛେଦ ଗୃହ ନିକଟକୁ l କିଏ କହୁଥାନ୍ତି ସୁନା ସାର ଆମକୁ ଛାଡି ଚାଲିଗଲେ l ଛାପା ଛାଡ଼ିଗଲେ ସବୁଦିନ ଝୁରିବା ପାଇଁ l ଆଉ କିଏ କହୁଥାନ୍ତି ସୁନା ସାରଙ୍କ ଭଳି ମଣିଷ ଆଉ ମିଳିବେନି l ରାତି ଅଧରେ ଡାକିଦେଲେ ଦଉଡି ଆସନ୍ତି l କାହାକୁ ସୁନା ସାର ଗଛ ଦେଇ ପରିବେଶ ସୁନ୍ଦର କରି ଗଢି ତୋଳିବା ପାଇଁ ହାତରୁ ପଇସା ଖର୍ଚ୍ଚ କରି ହଜାର ଗଛ ଦାନ କରନ୍ତି l ଆଉ କେଉଁ ଗରିବ ଅସହାୟ ପାଇଁ ଖାଇବା ଥାଳିରୁ ଦଉଡି ଯାଆନ୍ତି l ସେଥିପାଇଁ ଆଜି ସୁନା ସାର ଗୋରୋଡ଼ୀ ଝାଟିଆ ଅଞ୍ଚଳରେ ବେଶ ସୁନାମ ଅର୍ଜନ କରିଥିଲେ ବୋଲି କୁହନ୍ତି ସହକର୍ମୀ l ତେବେ ସୁନା ସାର କିଏ ସେ କଣ କରନ୍ତି କାହିଁକି ଆଜି କଟକ ଜିଲ୍ଲା ଗୋରୋଡି ଝାଟିଆ ଝୁରୁଛି । ଆସନ୍ତୁ ସେ ସମ୍ପର୍କରେ ଜାଣିବା l

ସୁନା ସାରଙ୍କ ପ୍ରକୃତ ନାମ ହେଉଛି ପ୍ରୀତିକାନ୍ତ ଥାଟୋଇ l ଘର କଟକ ଜିଲ୍ଲା ଗୋରୋଡି ଝାଟିଆ ଗାଁରେ l ସେ ପେସାରେ ଜଣେ ଶିକ୍ଷକ l ଶିକ୍ଷକତା କରିବା ଦିନରୁ ଆଜି ଯାଏ ପର ଉପକାର କରି ଆସିଛନ୍ତି l ଛାତ୍ର ଛାତ୍ରୀ ହୁଅନ୍ତୁ ଅବା ଶିକ୍ଷକ ସହକର୍ମୀ କିମ୍ବା ସହପାଠୀ ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି ପ୍ରୀତିକାନ୍ତ ସାର୍‌ । ସୁନା ସାର ନାମରେ ଭାରି ପ୍ରଶଂସା ଓ ସୁନାମ ଅର୍ଜନ କରିଥିଲେ l କେଉଁଠି ଗଛ ଲଗାଇବା ତ କେଉଁଠି କାହାପାଇଁ ଅସୁବିଧାରେ ଯାଇ ଠିଆ ହୋଇପଡିବା ଭଳି ଅନେକ ଦୃଷ୍ଟାନ୍ତ ରହିଛି l

ତେବେ ସୁନା ସାରଙ୍କର ଗୋଟିଏ ଝିଅ ଗୋଟିଏ ପୁଅ l ପୁଅ ଇଞ୍ଜିନିଅର ଝିଅ ଭଲ କମ୍ପାନୀ ହାଇଦ୍ରାବାଦରେ ଚାକିରି କରନ୍ତି l ଝିଅ ସେହି ହାଇଦ୍ରାବାଦରେ ବାହାଘର ପରେ ଚାକିରୀ କରି ରହିଆସୁଥିଲେ l ତାଙ୍କ ଝିଅର ଗୋଟିଏ ଛୋଟ ଝିଅ l ତାର ଦେଖାଶୁଣା କରିବା ପାଇଁ ମାଆ ଅର୍ଥାତ ସୁନା ସାରଙ୍କ ଧର୍ମ ପତ୍ନୀ ଯାଇଥିଲେ ହାଇଦ୍ରାବାଦ l ସେଠାରେ ନାତୁଣୀ ସହିତ ବୁଲୁଥିବା ବେଳେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହେଲେ l ଧର୍ମପତ୍ନୀଙ୍କ ଏଭଳି ରୋଗ କଥା ଶୁଣି ସୁନା ସାର ଯାଉଥିଲେ ହାଇଦ୍ରାବାଦ ସ୍ତ୍ରୀ ଙ୍କୁ ଭୁବନେଶ୍ୱର ଆଣି ଚିକିତ୍ସା କରିବାପାଇଁ l କଟକରୁ ଟ୍ରେନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଥିଲେ l ଫାଲକ୍‌ ନାମା ଟ୍ରେନରେ ଯିବା ବେଳେ ହଠାତ ସୁନା ସାର ଟଳି ପଡିଲେ ତଳେ l ତାଙ୍କୁ ସଙ୍ଗେ ସଙ୍ଗେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତିକରାଯାଇଥିଲା । ହେଲେ ବଡ଼ ଦୁଃଖର ବିଷୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ତେବେ ତାଙ୍କର ମୃତ୍ୟୁ କେମିତି ହେଲା ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ଜଣା ପଡିବ l ହେଲେ ସୁନା ସାରଙ୍କୁ ଶବର ଶୋଭା ଯାତ୍ରା ପରେ ଦାହ କରାଯାଇଥିଲା l ଏହି ଘଟଣା ପରେ ସମସ୍ତ ଅଞ୍ଚଳ ବାସୀ, ସହପାଠୀମାନେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ଆଉ ସୁନା ସାରଙ୍କ ଆରପାରିକୁ ଚାଲିଯିବା ସହଜରେ ଗ୍ରହଣ କରିପାରୁନାହାନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.