ପଞ୍ଜାବ: ବିଷାକ୍ତ ମଦ ମାମଲା, ମୃତ୍ୟୁ ସଂଖ୍ୟା ୮୬କୁ ବୃଦ୍ଧି

ପଞ୍ଜାବ: ପଞ୍ଜାବ ବିଷାକ୍ତ ମଦ ମାମଲାରେ ମୃତ୍ୟୁ ସଂଖ୍ୟା ଦିନ କୁ ଦିନ ବଢ଼ିବାରେ ଲାଗିଛି । ଏଯାବତ ମୃତ୍ୟୁ ସଂଖ୍ୟା ୮୬ ଛୁଇଁଛି । ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ତରନ ତାରତ ଜିଲ୍ଲାରେ ହିଁ ୪୦ ଜଣଙ୍କ ମୃତ୍ୟୁ ହୋଇଛି । ଯେବେକି ଅମୃତସରର ୧୨ ଜଣ ଓ ଗୁରୁଦାଶପୁର ଜିଲ୍ଲାର ୯ ଜଣଙ୍କ ଜୀବନ ଏହି ବିଷାକ୍ତ ମଦ ପିଇ ହୋଇଛି । ଏହି ମାମଲାରେ ଜଣେ ଥାନା ଅଧିକାରୀ ଓ ଜଣେ ଡ଼ିଏସପିଙ୍କୁ ସସ୍ପେଣ୍ଡ କରାଯାଇଥିବା ଜଣାଯାଇଛି । ପଞ୍ଜାବ ଡେପୁଟି କମିଶିନର କୁଳବନ୍ତ ସିଂହ ଶନିବାର ନିଜ ପ୍ରତିକ୍ରିୟାରେ କହିଛନ୍ତିକି, କେବଳ ତାରତ ଜିଲ୍ଲାରେ ୪୨ ଜଣଙ୍କ ମୃତ୍ୟୁ କରୋନା କାରଣରୁ ହିଁ ହୋଇଛି ।

Private Liquor Shops in Delhi Likely to Reopen From Friday on Odd ...

ସବୁଠୁ ଅଧିକ ମୃତ୍ୟୁ ଜିଲ୍ଲାର ସଦର ଓ ସହରୀ ଇଲାକାରେ ହିଁ ହୋଇଛି ଜ୍ଝ ଏହି ଘଟଣା ବୁଧବାର ରାତିରେ ଘଟିଥିବା ବେଳେ ଅମୃତସରର ୧୧ ଜଣ ଓ ଗୁରୁଦାସ ପୁରର ୯ ଜଣଙ୍କ ଜୀବନ ନେଲଣି ବିଷାକ୍ତ ମଦ । ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଘଟଣାର ତଦନ୍ତ ପାଇଁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ । ଏନେଇ ଏକ ଏସଆଇଟି ବା ସ୍ପେଶାଲ ଇନଭେସ୍ଟିଗେଶନ ଟିମ ବି ଗଠନ କରାଯାଇଛି । ଏହା ସହ ପଞ୍ଜାବ ସରକାର କଥା ଦେଇଛନ୍ତିକି, ବିଷାକ୍ତ ମଦ ଓ ସପ୍ଲାଇ କରୁଥିବା ଦୋଷୀ ମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.