ଦେଶରେ କରୋନା ସଂକ୍ରମଣ କମୁଥିଲେ ବି କମିନାହିଁ ମୃତ୍ୟୁ ହାର, ମେ ୧୬ରୁ ୨୯ମଧ୍ୟରେ ଗଲାଣି ୫୫ହଜାରରୁ ଅଧିକ ଜୀବନ

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ, ହେଲେ ମୃତ୍ୟୁ ହାର କମିନାହିଁ। କିଛି ଦିନ ହେବ ଦେଶରେ କରୋନା ଗ୍ରାଫ ତଳମୁହାଁ ହୋଇଛି। ପଜିଟିଭ୍ ରେଟ କମିବା ସହ ସଂକ୍ରମଣ କମିଛି। ମାତ୍ର ଏବେ ବି ଚିନ୍ତାର ବିଷୟ, ମୃତ୍ୟୁ ହାର । ଚଳିତ ମାସର ପ୍ରଥମ ୧୫ ଦିନରେ ୫୮ହଜାର ୪୩୧ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁ ହାର ଥିଲା ୧.୦୬।

ମେ ୧୬ରୁ ୨୯ମଧ୍ୟରେ ୫୫ହଜାର ୬୮୮ଜଣଙ୍କ  କରୋନରେ ମୃତ୍ୟୁ ହୋଇଛି। ହେଲେ ସଂକ୍ରମଣ ତୁଳନାରେ ମୃତ୍ୟୁ ହାର ୧.୭୩ ପ୍ରତିଶତକୁ ବୃଦ୍ଧି ପାଇଛି। ପୂରା ମେ ମାସରେ ମୃତ୍ୟୁ ହାର ୧.୩୧ ପ୍ରତିଶତ ରହିଛି। ଯାହା ୨୦୨୧ ସର୍ବାଧିକ। ଜାନୁଆରୀରେ ୧.୧୫, ମାର୍ଚ୍ଚରେ ୦.୫୨ ପ୍ରତିଶତ ତିଲା। ବର୍ତ୍ତମାନ ଦେଶରେ ମୋଟ ମୃତ୍ୟ ହାର ରହିଛି ୧.୧୭ ପ୍ରତିଶତ। ମେ ମାସରେ ହାରାହାରି ମୃତ୍ୟୁ ସଂଖ୍ୟା ରହିଛି ୩୯୩୫। ମେ ୧୬ ତାରିଖରୁ ଦୈନିକ ସଂକ୍ରମଣ କମିବା ଆରମ୍ଭ ହୋଇଛି। ଅନୁମାନ କରାଯାଉଛି ଜୁନ ପ୍ରଥମ ସପ୍ତାହର ମୃତ୍ୟୁ ହାର କମିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.