Below header

ଥମିବାର ନାଁ ନେଉ ନାହିଁ ରାଫେଲ ଡିଲ୍ : ନ୍ୟାସନାଲ ହେରାଲ୍ଡ ଖବରକାଗଜ ବିରୋଧରେ ୫ ହଜାର କୋଟିର ମାନହାନି ମକଦ୍ଦମା

ନୂଆଦିଲ୍ଲୀ : ରାଫେଲ ଡିଲ ନେଇ ବିବାଦ ଥମିବାର ନାଁ ନେଉ ନାହିଁ । କଂଗ୍ରେସ ମାଲିକାନାରେ ଥିବା ନ୍ୟାସନାଲ ହେରାଲ୍ଡ ଖବରକାଗଜ ବିରୋଧରେ ୫ ହଜାର କୋଟି ଟଙ୍କାର ମାନହାନି ମକଦ୍ଦମା । ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ ଡିଫେନ୍ସ,, ରିଲାଏନ୍ସ ଇନଫ୍ରାଷ୍ଟ୍ରକଚର ଓ ରିଲାଏନ୍ସ ଏରୋଷ୍ଟ୍ରକଚର ଗ୍ରୁପ ପକ୍ଷରୁ ଅହମ୍ମଦାବାଦ ସିଭିଲ କୋର୍ଟରେ ମାମଲା ରୁଜୁ କରାଯାଇଛି । ଏଥିରେ ଆସୋସିଏଟେଡ ଜର୍ଣ୍ଣାଲ ଲିମିଟେଡ, ନ୍ୟାସନାଲ ହେରାଲ୍ଡର ପବ୍ଲିସର, ଏଡିଟର ଇନ୍‌ଚାର୍ଜ ଜାଫର ଆଗା ଏବଂ ସ୍ତମ୍ଭକାର ବିଶ୍ୱଦୀପକଙ୍କୁ ପକ୍ଷଭୁକ୍ତ କରାଯାଇଛି । ଏହି ମାମଲାରେ ନ୍ୟାସନାଲ ହେରାଲ୍ଡକୁ ନୋଟିସ ଜାରି ହୋଇଛି । ଆସନ୍ତା ୭ ତାରିଖ ସୁଦ୍ଧା ଜବାବ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାଫେଲ ଡିଲ ସଂପର୍କରେ ନ୍ୟାସନାଲ ହେରାଲ୍ଡ ଖବର କାଗରେ ମିଥ୍ୟା ଓ ଭିତ୍ତିହୀନ ଖବର ପ୍ରକାଶ ପାଇଥିବା ଆବେଦନକାରୀ ଅଭିଯୋଗ କରିଛନ୍ତି । ଅଯଥାରେ ଅନୀଲ ଅମ୍ବାନୀଙ୍କ ଗ୍ରୁପକୁ ବଦନାମ କରାଯାଉଥିବା ଦର୍ଶାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.