Below header

ଅରବିନ୍ଦ କେଜ୍ରିଓ୍ଵାଲ ଓ ଭଗବନ୍ତ ମାନ ସପରିବାର କଲେ ଅଯୋଧ୍ୟା ରାମଲାଲାଙ୍କୁ ଦର୍ଶନ, ସେୟାର କଲେ ଫଟୋ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜ ପରିବାର ସହିତ ସୋମବାର ଅଯୋଧ୍ୟାରେ ପହଞ୍ଚି ରାମଲାଲାଙ୍କୁ ଦର୍ଶନ କରିଛନ୍ତି । ସେ ସପରିବାର ରାମଲାଲାଙ୍କ ମନ୍ଦିରରେ ପହଞ୍ଚିଥିଲେ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜ ପରିବାର ସହିତ ସୋମବାର ଅଯୋଧ୍ୟାରେ ପହଞ୍ଚି ରାମଲାଲାଙ୍କୁ ଦର୍ଶନ କରିଛନ୍ତି । ସେ ସପରିବାର ରାମଲାଲାଙ୍କ ମନ୍ଦିରରେ ପହଞ୍ଚିଥିଲେ । ସେ ନିଜ ମାଆବାପା ଏବଂ ପତ୍ନୀଙ୍କ ସହ ମିଶି ରାମଲାଲାଙ୍କୁ ଦର୍ଶନ କରିଛନ୍ତି । ଏହି ସମୟରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ମଧ୍ୟ ଉପସ୍ଥିତ ଥିଲେ ।

କେଜ୍ରିଓ୍ଵାଲ ଅଯୋଧ୍ୟାରେ ଭଗବାନ ରାମଙ୍କ ଦର୍ଶନ ବିଷୟରେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, ‘ଆଜି ମାଆବାପା ଓ ପତ୍ନୀଙ୍କ ସହ ଅଯୋଧ୍ୟା ରାମ ମନ୍ଦିରରେ ପହଞ୍ଚି ରାମଲାଲା ଜୀଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇଲି । ଏହି ଅବସରରେ ଭଗବନ୍ତ ଜୀ ଏବଂ ତାଙ୍କ ପରିବାର ମଧ୍ୟ ଉପସ୍ଥିତ ଥିଲେ । ସମସ୍ତେ ମିଶି ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ରାମଙ୍କୁ ଦର୍ଶନ କଲୁ ଏବଂ ଦେଶର ଉନ୍ନତି ସହିତ ସମସ୍ତ ମାନବ କଲ୍ୟାଣ ପାଇଁ ପ୍ରାର୍ଥନା କଲୁ’ ।

ମନ୍ଦିରରେ ପୂଜାର୍ଚ୍ଚନା ପରେ ସିଏମ୍ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ରାମଲାଲାଙ୍କୁ ପୂଜା କରିବା ପରେ ମୋତେ ବହୁତ ଶାନ୍ତି ଅନୁଭବ ହେଲା । ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ ଏଠାକୁ ଆସୁଛନ୍ତି । ଏଠାରେ ପ୍ରେମ ଏବଂ ଭକ୍ତି ଦେଖିବା ପ୍ରକୃତରେ ହୃଦୟସ୍ପର୍ଶୀ । ଆମେ ସମସ୍ତଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କଲୁ ।

ଏହିପରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ କହିଛନ୍ତି, ରାମଲାଲାଙ୍କୁ ଦର୍ଶନ କରିବାର ମୋର ଦୀର୍ଘ ଦିନ ଧରି ଇଚ୍ଛା ଥିଲା । ମୁଁ ଦେଶର କଲ୍ୟାଣ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କଲି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.