ଫ୍ଲୋର ଟେଷ୍ଟରେ ନୀତୀଶ କୁମାରଙ୍କ ବାଜିମାତ୍‌, ଆରଜେଡିକୁ ଝଟକା

ଆସ୍ଥା ଭୋଟରେ ଏନଡିଏ ସରକାର ବିଜୟୀ । ଭୋଟିଂ ବେଳେ ନୀତୀଶ ସରକାର ସପକ୍ଷରେ ୧୨୯ ବିଧାୟକଙ୍କ ସମର୍ଥନ ମିଳିଥିଲା । ବିରୋଧୀ ମହାମେଣ୍ଟର ବିଧାୟକ ମାନେ କକ୍ଷତ୍ୟାଗ କରିଥିଲେ ।

ବିହାର ବିଧାନସଭାରେ ନୀତୀଶଙ୍କ ବାଜିମାତ । ଆସ୍ଥା ଭୋଟରେ ଏନଡିଏ ସରକାର ବିଜୟୀ । ଭୋଟିଂ ବେଳେ ନୀତୀଶ ସରକାର ସପକ୍ଷରେ ୧୨୯ ବିଧାୟକଙ୍କ ସମର୍ଥନ ମିଳିଥିଲା । ବିରୋଧୀ ମହାମେଣ୍ଟର ବିଧାୟକ ମାନେ କକ୍ଷତ୍ୟାଗ କରିଥିଲେ । ଆସ୍ଥା ଭୋଟ ପୂର୍ବରୁ ବିହାର ରାଜନୀତି ସରଗରମ ହୋଇଥିଲା । ଆସ୍ଥା ଭୋଟ ବିତର୍କରେ ଭାଗ ନେଇ ମୁଖ୍ଯମନ୍ତ୍ରୀ ନୀତୀଶ କୁମାର ନିଜ ସରକାରଙ୍କ ଉପଲବଧି ବଖାଣିଥିଲେ ।

ରାଜ୍ୟରେ ହୋଇଥିବା ସମସ୍ତ ଦୁର୍ନୀତିର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ । ଏହା ପୂର୍ବରୁ ଆରଜେଡି ନେତା ତେଜସ୍ବୀ ଯାଦବ ଏନଡିଏ ମେଣ୍ଟକୁ କଡ଼ା ସମାଲୋଚନା କରିଥିଲେ । ୯ଥର ମୁଖ୍ୟମନ୍ତ୍ରୀ ହୋଇଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କୁ ସବୁବେଳେ ସମର୍ଥନ କରିଆସିଥିଲେ ବୋଲି କହିଛନ୍ତି । ନୀତୀଶ ଆଗକୁ ବି ମେଣ୍ଟ ବଦଳ କରିବେ ନାହିଁ ବୋଲି ମୋଦି ଗ୍ୟାରେଣ୍ଟି ଦେବେ କି ପ୍ରଶ୍ନ କରିଥିଲେ ତେଜସ୍ବୀ । ଆସ୍ଥା ପରୀକ୍ଷା ପୂର୍ବରୁ ବାଚସ୍ପତି ଆସନରୁ ହଟିଲେ ଅୱଧ ନାରାୟଣ ଚୌଧୁରୀ ।

ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣର ଠିକ ପରେ ପରେ ଆରଜେଡି ନେତା ତଥା ବାଚସ୍ପତି ଅୱଧଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା । ଅନାସ୍ଥା ସପକ୍ଷରେ ୧୨୯ ଖଣ୍ଡ ଭୋଟ ପଡ଼ିଥିଲା । ଶାସକ ଦଳରୁ ୧୨୬ ଏବଂ ଆରଜେଡିରୁ ତିନୋଟି ଭୋଟ୍ ସହ ମୋଟ ୧୨୯ଟି ଭୋଟ ନୀତୀଶ ସପକ୍ଷରେ ପଡିଥିଲା । ଫ୍ଲୋର ଟେଷ୍ଟ ବେଳେ ଏନଡିଏର ଶକ୍ତି ବୃଦ୍ଧି ହୋଇଛି । ସରକାରୀ ପାର୍ଶ୍ବରେ ୩ ଜଣ ଆରଜେଡି ବିଧାୟକ ବସିଥିବା ଦେଖିବାକୁ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.