Below header

ବିମାନବନ୍ଦରରେ ଅଟକାଯିବା ପରେ ବଢ଼ିଲା ସମସ୍ୟା, ଅଶନୀର ଗ୍ରୋଭର ଓ ପତ୍ନୀଙ୍କୁ ସମନ ପଠାଇଲା ଦିଲ୍ଲୀ ପୋଲିସ

ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା ଭାରତପେର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଅଶନୀର ଗ୍ରୋଭରଙ୍କୁ ସମନ ଜାରି କରିଛି। ଏହାପୂର୍ବରୁ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଶନୀର ଗ୍ରୋଭର ଓ ତାଙ୍କ ପତ୍ନୀ ମାଧୁରୀ ଜୈନଙ୍କୁ ଇମିଗ୍ରେସନ ବିଭାଗ ଅଟକାଇଥିଲା। ସେମାନେ ନ୍ୟୁୟର୍କ ପାଇଁ ଯାତ୍ରା କରିବାକୁ ଯାଉଥିଲେ।

ସେମାନଙ୍କୁ କୁହାଯାଇଥିଲା କି, ସେମାନଙ୍କ ବିରୋଧରେ ଲୁକଆଉଟ୍ ସର୍କୁଲାର୍ (LOC) ଜାରି କରାଯାଇଛି ଏବଂ ସେମାନେ ବିଦେଶ ଯାଇପାରିବେ ନାହିଁ। ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା ଅଶନୀର ଓ ପତ୍ନୀ ମାଧୁରୀଙ୍କ ବିରୋଧରେ ୨୦୨୩ ମେ’ରେ ଏଫ୍‌ଆଇଆର୍‌ ପଞ୍ଜୀକୃତ କରିଥିଲା।

କହି ରଖୁଛୁ, ଅଶନୀର ଓ ତାଙ୍କ ପତ୍ନୀଙ୍କ ନାମରେ ୮୧ କୋଟି ଟଙ୍କା ଠକେଇ ଅଭିଯୋଗ ରହିଛି। ପୋଲିସ ସୂତ୍ର ମୁତାବକ, ଏହି ଦମ୍ପତି ନକଲି ଇନଭଏସ୍ ତିଆରି କରି କମ୍ପାନୀର ଆକାଉଣ୍ଟରୁ ୮୧ କୋଟି ଟଙ୍କା ସେମାନଙ୍କ ପରିଚିତ ତଥା ସମ୍ପର୍କୀୟଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ। ସଂଯୁକ୍ତ ପୋଲିସ ଆୟୁକ୍ତ (ଇଓଡବ୍ଲ୍ୟୁ) ସିନ୍ଧୁ ପିଲ୍ଲାଇଙ୍କ କହିବା ଅନୁଯାୟୀ, ଦମ୍ପତି ନ୍ୟୁୟର୍କ ଯାତ୍ରା କରୁଥିଲେ। ସୁରକ୍ଷା ଯାଞ୍ଚ ପୂର୍ବରୁ ସେମାନଙ୍କୁ ବିମାନବନ୍ଦରରେ ଅଟକା ଯାଇଥିଲା।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.