ଦିଲ୍ଲୀ ଏୟାରପୋର୍ଟକୁ ବୋମାରେ ଉଡାଇଦେବାକୁ ଧମକ, ଯାଞ୍ଚ କରୁଛି ପୋଲିସ

ଦିଲ୍ଲୀ ଇନ୍ଦିରାଗାନ୍ଧି ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି । ସୋସିଆଲ ମିଡିଆରେ ଧମକ ମିଳିବା ପରେ ପୋଲିସ, ସୁରକ୍ଷା ଏଜେନ୍ସୀ ଯାଞ୍ଚ କରୁଛି । ତେବେ ଏଥିରେ ପାକିସ୍ତାନର ହାତଥିବା ଅନୁମାନ କରାଯାଉଛି ।

ଦିଲ୍ଲୀ ଏୟାରପୋର୍ଟକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି । ଏହି ସୂଚନା ମିଳିବା ଏୟାରପୋର୍ଟ ପୋଲିସ, ସିଆଇଏସଏଫ ଏବଂ ଅନ୍ୟ ସୁରକ୍ଷା ଏଜେନ୍ସୀ ତୁରନ୍ତ ଯାଞ୍ଚ ଅଭିଯାନ ଚଲାଇଛି । ପୋଲିସ ସନ୍ଦେଶ ପଠାଇଥିବା ବ୍ୟକ୍ତି ବିରୋଧରେ ଏଫଆଇଆର ଦାଏର କରିଛି ।

ଦିଲ୍ଲୀ ପୋଲିସ କହିଛି, ଇନ୍ଦିରା ଗାନ୍ଧି ଏୟାରପୋର୍ଟ ଅଥରିଟିକୁ ସୋସିଆଲ ମିଡିଆ ପ୍ଲାଟଫର୍ମ(ଫେସବୁକ)ରେ ବୋମାରେ ଉଡାଇ ଦେବାକୁ ଧମକ ମିଳିଥିଲା । ପ୍ରଥମେ ଏହା ଗୁଜବ ବୋଲି କୁହାଯାଇଥିବା ବେଳେ ପରେ ପୋଲିସ ପକ୍ଷରୁ ଏହାକୁ ନେଇ ଯାଞ୍ଚ ଆରମ୍ଭ କରାଯାଇଥିଲା । ତେବେ ମେସେଜ କେଉଁଠୁ ଆସିଛି, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଏୟାର ଇଣ୍ଡିଆ ଉଡାଣକୁ ଟାର୍ଗେଟ କରାଯାଇପାରେ ବୋଲି ସନ୍ଦେହ କରାଯାଉଛି । ଫେସବୁକରେ ମିଳିଥିବା ମେସେଜକୁ ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇନାହିଁ । ଏହାକୁ ନେଇ ପୋଲିସ ଯାଞ୍ଚ ଆରମ୍ଭ କରିଦେଇଛି ।

ଦିଲ୍ଲୀ ପୋଲିସ ଆଇଜିଆଇ ଏୟାରପୋର୍ଟର ସୋସିଆଲ ମିଡିଆ ସିଫ୍ଟ ଅଧିକାରୀଙ୍କ ଅଭିଯୋଗରେ ଇନ୍ଦିରା ଗାନ୍ଧି ଅର୍ନ୍ତଜାତୀୟ ଏୟାରପୋର୍ଟ ପୋଲିସ ଷ୍ଟେସନରେ ଆଇପିସି ଧାରା ଅଧିନରେ ଏଫଆଇଆର ଦାଏର କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.