Below header

ଅନ୍‌ଲକ ଦିଲ୍ଲୀ : ଜୁଲାଇ ୨୬ ରୁ ଖୋଲିବ ସିନେମା ହଲ, ବିବାହ ପାର୍ଟିରେ ଯୋଗ ଦେବେ ୧୦୦ ଅତିଥି

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ କରୋନା ମାମଲା ଲଗାତାର ହ୍ରାସ ହେବା ପରେ ସରକାର ଦିଲ୍ଲୀ ଅନଲକ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୨୬ ତାରିଖରୁ ଦିଲ୍ଲୀ ଅନ୍‌ଲକ୍‌ ହେବ ବୋଲି ଘୋଷଣା କରାଯାଇଛି । ସରକାରଙ୍କ ଘୋଷଣା ଅନୁଯାୟୀ, ସିନେମା ଘର, ଥିଏଟର ଓ ମଲ୍ଟିପ୍ଲେକ୍ସ ୫୦ ପ୍ରତିଶତ କ୍ଷମତା ସହ ଖୋଲିବ ।

ଏଥିସହିତ ବିବାହ ଉତ୍ସବରେ ୧୦୦ ଅତିଥିଙ୍କୁ ଯୋଗ ଦେବା ପାଇଁ ଅନୁମତି ଦେଇଛନ୍ତି ଦିଲ୍ଲୀ ସରକାର । ଏହା ପୂର୍ବରୁ ବିବାହ ଉତ୍ସବରେ ୫୦ ଜଣଙ୍କୁ ଅନୁମତି ଥିଲା । ସେହିପରି ଅନ୍ତିମ ସଂସ୍କାରରେ ୧୦୦ଜଣ ଲୋକ ଯୋଗ ଦେଇପାରିବେ ବୋଲି ସରକାର ଅନୁମତି ଦେଇଛନ୍ତି ।

ମେଟ୍ରୋ ପାଇଁ ଜାରି ଆଦେଶ :

ଦିଲ୍ଲୀ ମେଟ୍ରୋରେ ଯାତାୟତ ପାଇଁ ସରକାର କିଛି ନିୟମ କୋହଳ କରିଛନ୍ତି । ସୋମବାର ଠାରୁ ଦିଲ୍ଲୀ ମେଟ୍ରୋ ଶତ ପ୍ରତିଶତ ସିଟ୍‌ କ୍ଷମତାରେ ଚାଲିବ । ତେବେ କୌଣସି ଯାତ୍ରୀ ଠିଆ ହୋଇ ଯାତ୍ରା କରିପାରିବେ ନାହିଁ । ଏହାଛଡ଼ା ସର୍ତ୍ତ ସହିତ ସ୍ପା ଖୋଲିବାକୁ ଅନୁମତି ଦେଇଛନ୍ତି ସରକାର ।

କ’ଣ ବନ୍ଦ ରହ ିବ :

ସବୁ ପ୍ରକାର ସାମାଜିକ, ରାଜନୈତିକ, ସ୍ପୋର୍ଟ୍ସ, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ ଓ ପୂଜାପାର୍ବଣ ସମ୍ପର୍କୀତ କାର୍ଯ୍ୟକ୍ରମ ବନ୍ଦ ରହିବ । ତେବେ କଣ୍ଟେନମେଣ୍ଟ ଜୋନରେ କେବଳ ଆବଶ୍ୟକ ସେବାକୁ ଅନୁମତି ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.