ଜୋର ଧରିଛି ବାଲାଟ ପେପରରେ ଭୋଟ୍ ଦାବି : ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି ୨୩ଟି ରାଜନୈତିକ ଦଳଙ୍କ ପ୍ରତିନିଧି

ନୂଆଦିଲ୍ଲୀ : ୨୦୧୯ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଜୋର ଧରିଛି ବାଲାଟ ପେପରରେ ଭୋଟ୍ ଦାବି । ୨୩ଟି ରାଜନୈତିକ ଦଳଙ୍କ ପ୍ରତିନିଧି ନିର୍ବାଚନ କମିଶନଙ୍କୁ ଭେଟି ନିର୍ବାଚନରେ ସ୍ୱଚ୍ଛତା, ଇଭିଏମର ବିଶ୍ୱସନୀୟତା ଓ ପଚାଶ ପ୍ରତିଶତ ଆସନରେ ଇଭିଏମରେ ଭିଭିପାଟ ବ୍ୟବହାର ଆଦି ପ୍ରସଙ୍ଗରେ ସେମାନଙ୍କ ଦାବି ଉପସ୍ଥାପନ କରିଛନ୍ତି । ନିର୍ବାଚନକୁ ଆଉ କମ୍ ସମୟ ଥିବାରୁ ପ୍ରତି ନିର୍ବାଚନମଣ୍ଡଳୀରେ ୫୦ ପ୍ରତିଶତ ସ୍ଥାନରେ ଇଭିଏମ୍ ସହ ଭିଭିପାଟରେ ନିର୍ବାଚନ କରିବାକୁ ଦାବି ରଖିଛନ୍ତି ।

ଇଭିଏମର ସ୍ୱଚ୍ଛତା ଉପରେ ଦେଶବାସୀଙ୍କ ବିଶ୍ୱାସ ନଥିବା ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖର୍ଗେ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି । ସେପଟେ ଦାବି ନେଇ ବିଚାର କରାଯିବ ବୋଲି ନିର୍ବାଚନ କମିଶନଙ୍କ କାର‌୍ୟ୍ୟାଳୟ ପକ୍ଷରୁ କୁହାଯାଇଛି । ୨୦୧୪ ସାଧାରଣ ନିର୍ବାଚନରେ ଇଭିଏମ ହ୍ୟାକିଂ ନେଇ ଲଣ୍ଡନରେ ଡେମୋ ପ୍ରଦର୍ଶିତ ହୋଇଥିଲା । ଇଭିଏମ ହ୍ୟାକିଂ କରି ଫଳାଫଳ ପରିବର୍ତ୍ତନ କରାଯାଇଥିବା ସୟଦ ସୁଜା ନାମକ ଜଣେ ହ୍ୟାକର ଅଭିଯୋଗ ଆଣିଥିଲେ ।ଏହାପରେ ଇଭିଏମ୍ ନୁହେଁ, ବାଲଟରେ ନିର୍ବାଚନ ନେଇ ଦାବି ଜୋର ଧରିଛି।

Leave A Reply

Your email address will not be published.