ରେଲୱେ ଟ୍ରାକରୁ ମିଳିଲା ଉପବାଚସ୍ପତିଙ୍କ ମୃତଦେହ, ସୁଇସାଇଡ ନୋଟ୍ ଜବତ

ରେଲୱେ ଟ୍ରାକରୁ ମିଳିଲା କର୍ଣ୍ଣାଟକ ବିଧାନ ପରିଷଦର ଉପବାଚସ୍ପତିଙ୍କ ମୃତଦେହ। ଉପବାଚସ୍ପତି ଏସଏଲ ଧର୍ମେ ଗୌଡାଙ୍କ ମୃତଦେହ ରେଲୱେ ଟ୍ରାକରୁ ଉଦ୍ଧାର କରିଛି ପୋଲିସ। ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ ମଧ୍ୟ ଜବତ କରିଛି ପୋଲିସ।


JDS ନେତା HD ଦେବଗୌଡ଼ା ତାଙ୍କ ନିଧନରେ ଶୋକବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଏସଏଲ ଧର୍ମେ ଗୌଡାଙ୍କ ମୃତ୍ୟୁ ଖବର ଶୁଣି ସେ ମର୍ମାହତ। ତେବେ ଜବତ ହୋଇଥିବା ସୁଇସାଇଡ ନୋଟରେ 15 ଡିସେମ୍ବରରେ କଂଗ୍ରେସ ନେତା ତାଙ୍କ ସହ କରିଥିବା ଧକ୍କା ମାରିବା ଓ ଚେୟାରରୁ ଠେଲିବା ଘଟଣା ଉଲ୍ଲେଖ ରହିଛି। ଏହି ଘଟଣା ପରେ ସେ ବହୁତ ଚିନ୍ତାରେ ଥିଲେ।