ନୂଆବର୍ଷରେ ଏଥର ଚାଖନ୍ତୁ କିଛି ନୂଆ ପ୍ରକାର ସ୍ୱାଦ, ବନାନ୍ତୁ ମେଥି ଚିକେନ୍‌

ଆବଶ୍ୟକ ସାମଗ୍ରୀ

  • ମେରିନେଟ୍‌ ପାଇଁ
  • ୨ ଚାମଚ ରସୁଣ ପେଷ୍ଟ
  • ୧ ଚାମଚ ଅଦା ପେଷ୍ଟ
  • ୧ ଚାମଚ ଲୁଣ
  • ସ୍ୱାଦାନୁସାରେ ଲାଲ ଲଙ୍କା ପାଉଡର
  • ଲେମ୍ବୁ ରସ
  • ଗୋଟିଏ ବଡ ଅଳେଇଚ
  • ୩ଟି ସବୁଜ ଅଳେଇଚ
  • ଏକ ଚିମୁଟା ଜାୟତ୍ରୀ
  • ତେଜପତ୍ର
  • ୨ଟି ଲବଙ୍ଗ
  • ୨ ଟେବୁଲ ଚାମଚ ରସୁଣ ପେଷ୍ଟ
  • ଦୁଇ ଚାମଚ ଅଦା ପେଷ୍ଟ
  • କସ୍ତୁରୀ ମେଥି
  • ୧ କପ ଦହି
  • ୪ଟି ଟମାଟୋ
  • ୪ଟି କଞ୍ଚା ଲଙ୍କା
  • ପାଣି

ପ୍ରସ୍ତୁତି ପ୍ରଣାଳୀ

ମେଥି ଚିକେନ ବନାଇବା ପାଇଁ ପ୍ରଥମେ ଏହାକୁ ମେରିନେଟ୍‌ କରନ୍ତୁ। ପ୍ରଥମେ ଏକ ପାତ୍ରରେ ଅଦା ପେଷ୍ଟ, ରସୁଣ ପେଷ୍ଟ, ଲୁଣ, ଲାଲ ଲଙ୍କା ପାଉଡର ଏବଂ ଲେମ୍ବୁ ରସ ମିଶାଇ ଦିଅନ୍ତୁ। ଏବେ ଏଥିରେ ଚିକେନ ପକାଇ ହାତରେ ଭଲଭାବେ ଗୋଳାଇ ୨୦ ମିନିଟ୍‌ ପାଇଁ ଫ୍ରିଜରେ ରଖିଦିଅନ୍ତୁ।

ଏବେ ଏକ ପ୍ୟାନରେ ୨ ବଡ ଚାମଚ ଘିଅ ପକାଇ ସେଥିରେ କାଟି ରଖିଥିବା ପିଆଜକୁ ପକାଇ ଗୋଲଡେନ୍‌ ବ୍ରାଉନ୍‌ ହେବା ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ। ଏବେ ଏହି ପିଆଜକୁ ବାହାର କରି ଅଲଗା ରଖନ୍ତୁ। ଏବେ ପ୍ରସ୍ତୁତ କରିବା ପାଇଁ ଏକ ପ୍ୟାନରେ ଡାଲଚିନି, ବଡ ଅଳେଇଚ, ଅଳେଇଚ, ଜାବିତ୍ରୀ, ତେଜପତ୍ର ଏବଂ ଲବଙ୍ଗ ପକାନ୍ତୁ। ଯେତେବେଳେ ଏହାର ମହକ ଆସିବ ସେତେବେଳେ ଏଥିରେ ଅଦା ରସୁଣ ପେଷ୍ଟ ପକାଇ ଭାଜନ୍ତୁ।

ଏବେ ଏଥିରେ କସ୍ତୁରୀ ମେଥିର ପାଣି ପକାଇ ୨ ମିନିଟ୍‌ ପାଇଁ ଭାଜନ୍ତୁ ଯେତେ ପର୍ଯ୍ୟନ୍ତ ଏଥିରେ ମହକ ନ ଆସିଛି। ଏବେ ଏଥିରେ ଦହି ମିଶ୍ରଣ ପକାଇ ୨ ରୁ ୩ ମିନିଟ୍‌ ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ। ଏଥିରେ କଟା ଟମାଟୋ ପକାଇ ଭାଜନ୍ତୁ। ଏବେ ଏଥିରେ ପିଆଜ ପେଷ୍ଟ, କଞ୍ଚା ଲଙ୍କା ପକାଇ ଗୋଟେ ମିନିଟ ପାଇଁ ଭାଜନ୍ତୁ। ଏବେ ଏଥିରେ ଅଳ୍ପ ପାଣି ଦେଇ ମେରିନେଟ୍‌ କରି ରଖିଥିବା ଚିକେନକୁ ପକାଇ ଦିଅନ୍ତୁ। ଚିକେନକୁ ଭଲଭାବେ ରାନ୍ଧି ହେବା ପରେ ରୁଟି ସହିତ ସର୍ଭ କରନ୍ତୁ।

 

You might also like