ଲୋନ୍‌ରୁ ମିଳିବ ମୁକ୍ତି, ୨୦୨୧ରେ ଋଣ ମୁକ୍ତ ହେବା ପାଇଁ ଚାହୁଁଥିଲେ ନିଶ୍ଚୟ କରନ୍ତୁ ଏହି କାମ

୨୦୨୦ ସରିବାକୁ ବସିଲାଣି ତେଣୁ ନୂତନ ବର୍ଷକୁ ସ୍ୱାଗତ କରିବାକୁ ଲୋକମାନେ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଏମିତି ତ କରୋନାକୁ ଲୋକେ ଭୁଲି ନୂଆ ବର୍ଷରେ ନୂଆ ସ୍ମୃତି ସାଉଁଟିବାକୁ ଚାହୁଁଛନ୍ତି। ଯଦି ଆମେ ୨୦୨୧ର ଆର୍ଥିକ ବର୍ଷକୁ ସହଜ କରିବାକୁ ଚାହିଁବା ତାହେଲେ ଆମକୁ ଆଗକୁ ଏମିତି କାମ କରିବା ଉଚିତ ଯାହାଦ୍ୱାରା ଆମେ ୨୦୨୦ ବର୍ଷ ଭଳି ସମସ୍ୟାର ସାମ୍ନା କରିବାକୁ ପଡିବନାହିଁ। ତେଣୁ ଆଜି ଆମେ ଆପଣଙ୍କୁ ୫ଟି ଉପାୟ ଜଣାଇବୁ ଯାହାଦ୍ୱାରା ଆପଣ ବୁଝିଯିବେ ଋଣମୁକ୍ତ କେମିତି ହେବେ।

୨୦୨୧ରେ ଋଣ ମୁକ୍ତ ରହିବା ପାଇଁ ଏହି ୫ ଜିନିଷକୁ ନିହାତି କରିବା ଆବଶ୍ୟକ

ଆୟ ଏବଂ ବ୍ୟୟର ପତ୍ତା ଲଗାଇବା

ପ୍ରଥମ ପଦକ୍ଷେପରେ ଋଣ ନେବା ସମୟରେ ନିଜ ଆୟ ଏବଂ ଖର୍ଚ୍ଚର ଏକ ତାଲିକା ପ୍ରସ୍ତୁତ କରନ୍ତୁ। ନିର୍ଦ୍ଧାରିତ ଖର୍ଚ୍ଚକୁ ଦେଖି ଏକ ଅନ୍ୟ ସୂଚି ପ୍ରସ୍ତୁତ କରନ୍ତୁ। କାହିଁକିନା କିଛି ଖର୍ଚ୍ଚ ଏମିତି ଥାଏ ଯେ ଯାହା କରିବା ବାଧ୍ୟତାମୂଳକ। ଯେମିତିକି ଆପଣଙ୍କର ଭଡ଼ା, ଇଏମଆଇ, ଖାଇବା ଖର୍ଚ୍ଚ, ଗାଡ଼ି ଖର୍ଚ୍ଚ ଆଦି ।

moneyଖର୍ଚ୍ଚର ସମୀକ୍ଷା

ଋଣ ମୁକ୍ତ ହେବା ପାଇଁ ଆପଣଙ୍କୁ ନିଜ ଖର୍ଚ୍ଚକୁ ଜଗିବା ଉଚିତ। ନିଜ ମାସିକ ଖର୍ଚ୍ଚକୁ ସମୀକ୍ଷା କରନ୍ତୁ। ୩୦ ଦିନରେ ଅର୍ଜିତ ଏବଂ ଖର୍ଚ୍ଚ କରାଯାଇଥିବା ସବୁ ଜିନିଷକୁ ଲେଖି ନିଅନ୍ତୁ।

ଅଟୋମେଟ୍ ପେମେଣ୍ଟସ୍

ଆପଣଙ୍କୁ ଅଟୋ-ଡେବିଟ୍ ବିକଳ୍ପକୁ ବାଛିବାକୁ ପଡ଼ିବ। ଯାହାଦ୍ୱାରା ଆପଣଙ୍କ ଲୋନର ଇଏମ୍‌ଆଇ, କ୍ରେଡିଟ୍ କାର୍ଡ ବିଲ ପେମେଣ୍ଟ ପ୍ରତି ମାସ ଠିକ୍‌ ସମୟ ଭିତରେ ହିଁ କରିପାରିବେ। ଆପଣଙ୍କୁ ନିର୍ଦ୍ଧାରିତ ତାରିଖ ଭିତରେ ନିଜ କ୍ରେଡିଟ୍ କାର୍ଡର ବକେୟା ରାଶିର ପେମେଣ୍ଟ କରିବାକୁ ଚେଷ୍ଟା କରିବା ଉଚିତ୍‌ ।

ପୁର୍ନଶୁଳ୍କ ରଣନୀତି

ଋଣରୁ ବାହାରକୁ ବାହାରିବା ପାଇଁ ଆପଣ ନ୍ୟୁନତମରୁ ଅଧିକ ପେମେଣ୍ଟ କରିପାରିବେ। ଯଦି ଆପଣଙ୍କ ପାଖରେ ସରପ୍ଲସ୍ ରହିଛି, ତାହେଲେ ଆପଣ ନିଜ ଋଣକୁ କମ୍ କରିବା ପାଇଁ ପ୍ରତି ମାସ ନ୍ୟୁନତମ ରାଶିର ଅଧିକ ପେମେଣ୍ଟ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.