କଠୋର ଶାସକ କିମ୍ ଜଙ୍ଗ ଉନ୍ : କେବେ ଲଗାଇଲେ କାନ୍ଦିବା ଓ ହସିବା ଉପରେ କଟକଣା ତ କେବେ ତିନି ପିଢ଼ିଙ୍କୁ ଦଣ୍ଡ, ଜାଣନ୍ତୁ ଏମିତି ଅଦ୍ଭୁତ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଉତ୍ତର କୋରିଆ ରାଷ୍ଟ୍ରପତି କିମ୍ ଜଙ୍ଗଙ୍କ ଅଜବ ଶାସନ ସମ୍ପର୍କରେ କିଏ ବା ନ ଜାଣନ୍ତି । ଦୁନିଆରେ ଏମିତି କିଛି ଜାଗା ରହିଛି ଯେଉଁଠି ମନୁଷ୍ୟ ତାର ମାନବିକ ଅଧିକାର ବି ହାସଲ କରି ପାରିନଥାନ୍ତି । ସେହିପରି ଏକ ଦେଶ ହେଉଛି ଉତ୍ତର କୋରିଆ । ଯେଉଁଠି ଶାସକ ହେଉଛନ୍ତି କିମ୍ ଜଙ୍ଗ୍ । ଏଠାକାର ନାଗରିକଙ୍କ ଉପରେ ଶାସକ କିମ୍ ବିଭିନ୍ନ ପ୍ରକାର କ୍ରୁରତା ନେଇ ଆଲୋଚନା ହୋଇଥାଏ । କେତେବେଳେ ହସ ଉପରେ ପ୍ରତିବନ୍ଧ ତ କେତେବେଳେ କାନ୍ଦ ଉପରେ ପୁଣି କେତେବେଳେ ଚୁଟି କାଟିବା ଉପରେ ।
ଦୀର୍ଘ ୫୦ ବର୍ଷ ଧରି ଏଡି ଦେଶ ଦୁନିଆକୁ ପାଗଳଙ୍କ ଭଳି ଧମକ ଦେଇ ଆସୁଛି । ଏହି ଦେଶ ବହୁ ପରମାଣୁ ପରୀକ୍ଷଣ ମଧ୍ୟ କରିଛି । କାହା କଥା ମାନୁ ନଥିବା ଏହି ଶାସକ ଯାହା ମନକୁ ଆସେ କରିଥାନ୍ତି । ଆଜି ଆସନ୍ତୁ ଜାଣିବା ଉତ୍ତର କୋରିଆର ଏହି ମୁଡି ଶାସକଙ୍କ ଆଉ କିଛି କଠୋର ସତ୍ୟ ସମ୍ପର୍କରେ ।
କିମ୍ ଜଙ୍ଗଙ୍କ ଅଦ୍ଭୁତ ନିର୍ଦ୍ଦେଶ
୧. ଦେଶର ସାଧାରଣ ନାଗରିକଙ୍କ ପାଇଁ କୌଣସି ପ୍ରକାର ଇଣ୍ଟରନେଟ ସୁବିଧା ନାହିଁ । କେବଳ ଭିଆଇପି ଲୋକଙ୍କୁ ଇଣ୍ଟରନେଟ ବ୍ୟବହାର କରିବାକୁ ଅନୁମତି ମିଳିଛି । ଦେଶର ନିଜ ଅପରେସନାଲ ସିଷ୍ଟମ ରହିଛି ଯାହାର ନାମ ରେଡ ଷ୍ଟାର ।
୨. ଉତ୍ତର କୋରିଆ ନାଗରିକ ଦୁନିଆ ସହ ପୂର୍ଣ୍ଣ ଭାବେ କଟ୍ ଅଫ୍ ବା ଅଲଗା । ନ୍ୟୁଜପେପର, ମାଗାଜିନ୍ ଓ ନ୍ୟୁଜ ଚ୍ୟାନେଲ ବାହାର ଦେଶର କିଛି ବି ଜିନିଷକୁ ଦେଖାନ୍ତି ନାହିଁ । ସେ କେବଳ ଉତ୍ତର କୋରିଆକୁ ହିଁ ମହିମା ମଣ୍ଡିତ କରିଥାନ୍ତି ।
୩. ଉତ୍ତର କୋରିଆର ସାଧାରଣ ନାଗରିକଙ୍କୁ ଜବରଦସ୍ତ କିମ୍ ଜଙ୍ଗ ଉନଙ୍କ ଭଳି ହେୟାର ଷ୍ଟାଇଲ କରିବାକ ପଡିଥାଏ । ଦେଶର ମହିଳା ଓ ପୁରୁଷଙ୍କ ପାଇଁ କେବଳ ୨୮ ପ୍ରକାର ହେୟାର ଷ୍ଟାଇଲ ଆପ୍ରୁଭ କରାଯାଇଛି । ଯାହା ଭିତରୁ କୌଣସି ଗୋଟିଏ ହେୟାର ଷ୍ଟାଇଲ ରଖିପାରିବେ ।
୪. ଉତ୍ତର କୋରିଆରେ ତାଙ୍କର ନାଗରିକଙ୍କ ଉପରେ ୩ ପିଢ଼ି ପର୍ଯ୍ୟନ୍ତ ଦଣ୍ଡର ନିୟମ ରହିଛି । ଫଳରେ ଯଦି କେହି ଅପରାଧ କରିଥାଏ, ତେବେ ତାଙ୍କର ଆଗାମୀ ଦୁଇ ପିଢ଼ି ମଧ୍ୟ ଏହାର ପରିଣାମ ଭୋଗିବେ । ବେଳେ ବେଳେ ଏମିତି ହୋଇଥାଏ ଯେ ୩ ପିଢ଼ି ଜେଲରେ ଜୀବନ କାଟିଥାନ୍ତି ।
୫. କରୋନା ସମୟରେ ଉତ୍ତର କୋରିଆ ଖାଦ୍ୟ ସଂକଟ ଦେଇ ଗତି କରୁଥିଲା । ଶାସକ କିମ୍ ନିଜର କୁକୁରଙ୍କ ମାଂସ ରାନ୍ଧି ପରସିବାକୁ କହିଥିଲେ । ଖାଦ୍ୟ ପଦାର୍ଥର ଅଭାବ ପୁରଣ କରିବା ପାଇଁ କୁକୁରକୁ କାଟି କ ରି ଖାଇବାକୁ ନିର୍ଦ୍ଦେଶ ଦେଇଥିଲେ ।
୬. ଖାଲି ଏତିକି ନୁହେଁ କିମ୍ ଦେଶର ଲୋକଙ୍କୁ ହସିବା, ଶପିଂ କରିବାକୁ ଯିବା ଓ ମଦ ପିଇବା ଉପରେ କଟକଣା ଲଗାଇଥିଲେ । କିମ୍ ଏହି କଟକଣା ୧୧ ଦିନ ପାଇଁ ନିଜ ପିତା ତଥା ପୂର୍ବ ଶାସକ କିମ୍ ଜଙ୍ଗ ଇଲ ଙ୍କ ମୃତ୍ୟୁର ୧୦ ମ ଜୟନ୍ତୀ ଅବସରରେ ଘୋଷଣା କରିଥିଲେ । ଯେଉଁଥିପାଇଁ ଦେଶଣ ଲୋକେ ନା ହସି ପାରିଥଲେ ନା ମଦ ପିଇ ପାରିଥିଲେ । କେବଳ ଏତିକି ନୁହେଁ ସପିଂ କରିବା ଉପରେ ମଧ୍ୟ କଡା କଟକଣା ଲଗାଇଥିଲେ । ସବୁଠୁ ବଡ଼ କଥା ହେଉଛି, ଲୋକେ ନିଜ ଶୋକ ପାଳନ ବେଳେ ମଧ୍ୟ ବଡ ପାଟିରେ କାନ୍ଦି ପାରିନଥିଲେ ।
୭. କିମ୍ ରି ସୋଲ ଜୁ ଙ୍କୁ ବିବାହ କରିଥିଲେ,ଯିଏକି ଜଣେ ଚିୟର ଗାର୍ଲ ଓ ଗାୟିକା ଥିଲେ । ଉଭୟେ ପିଲାଦିନେ ବନ୍ଧୁ ଥିଲେ ବୋଲି କୁହାଯାଉଛି ।
୮. କିମ୍ ପିଲାଦିନୁ ଜ୍ୟାକି ଚେନଙ୍କ ବହୁତ ବଡ଼ ପ୍ରଶଂସକ ଥିଲେ ।