କୋହଲିଙ୍କ ଅଧିନାୟକ ପଦ ଛଡ଼ାଇ ନେଇଥିବା ଚୟନକର୍ତ୍ତା କମିଟିକୁ ବରଖାସ୍ତ କଲା ବିସିସିଆଇ, ଖୁସିରେ ନାଚିଲେ ଫ୍ୟାନ୍ସ ଏବଂ କହିଲେ, ‘ ଏ ହେଉଛି କର୍ମ ଫଳ’

କେନ୍ୟୁଜ୍‌ : ଟି-୨୦ ବିଶ୍ୱକପ ୨୦୨୨ରେ ଭାରତର ଶୋଚନୀୟ ପରାଜୟ ପରେ ବିସିସିଆଇ ଏବେ ଚୟନକର୍ତ୍ତା କମିଟିକୁ ବରଖାସ୍ତ କରିଛିି । ଏହି ଟି-୨୦ ବିଶ୍ୱକପରେ ଭାରତର ପରାଜୟ ପରେ ଏବେ ଏହା ପଛର କାରଣ ଖୋଜା ଚାଲିଛି । ଚେତନ ଶର୍ମାଙ୍କ ନେତୃତ୍ୱରେ ଥିବା ଚୟନକର୍ତ୍ତା କମିଟି ଉପରେ ବହୁତ ଅଭିଯୋଗ ଆସିଛି । ଏହାକୁ ନେଇ ସୋସିଆଲ ମିଡିଆରେ ଫ୍ୟାନ୍ସ ପ୍ରତିକ୍ରିୟା ଦେଇଛନ୍ତି । ପାଖାପାଖି ୧୫ ବର୍ଷ ହେବ ଭାରତୀୟ ପ୍ରଶଂସକ ଏହି ବିଶ୍ୱକପକୁ ଅପେକ୍ଷା କରିଥିଲେ । କିନ୍ତୁ ସବୁ ସ୍ୱପ୍ନ ସ୍ୱପ୍ନରେ ରହିଗଲା । ଆଇସିସିର ଇଭେଣ୍ଟସରେ ଭାରତର ଲଗାତାର ବିଫଳତା ପରେ ବିସିସିଆଇ ଆକ୍ସନ ମୁଡ଼ରେ ଆସିଛି । ଚେତନ ଶର୍ମାଙ୍କ ନେତୃତ୍ୱରେ ଥିବା ସିଲେକ୍ସନ କମିଟିକୁ ବିସିସିଆଇ ବରଖାସ୍ତ କରିଛି ।

ଶୁକ୍ରବାର ଦିନ ଏହି ଘୋଷଣା ହୋଇଛି ,ଏହି ଘୋଷଣା ହେବା ପରେ ଫ୍ୟାନ୍ସମାନେ ସୋସିଆଲ ମିଡିଆରେ ମିମ୍ସ ଛାଡ଼ି ଖୁସିରେ ନାଚୁଛନ୍ତି । କେହି କେହି ଏହାକୁ କହିଛନ୍ତି, ‘ ଏ ହେଉଛି କର୍ମର ଫଳ’ । କାରଣ ବିରାଟ କୋହଲିଙ୍କୁ ସିଲେକ୍ଟରସ ଯେଉଁ ପରି ଭାବରେ ଅଧିନାୟକ ପଦରୁ ବାହାର କରିଥିଲେ ତା ଉପରେ ଫ୍ୟାନ୍ସ ରାଗିଥିଲେ । ଏବେ ପରିସ୍ଥିତି ‘ଯେସାକୁ ତେସା’ ହୋଇଯାଇଛି । ୨୦୨୨ ଟି-୨୦ ବିଶ୍ୱକପରେ ଟିମ୍‌ ହାରିଯବା ପରେ ଚେତନ ଶର୍ମାଙ୍କ ସିଲେକ୍ସନ କମିଟିକୁ ବିସିସିଆଇ ବାହାର କରିଦେଇଛି ।

ସେହିପରି ଏକ ବର୍ଷ ପୂର୍ବରୁ ୨୦୨୧ ବିଶ୍ୱକପ ହାରିବା ପରେ ବିରାଟ କୋହଲିଙ୍କୁ ଅଧିନାୟକ ପଦରୁ ବାହାର କରି ଦିଆଯାଇଥିଲା । ସେେବେଳେ ସିଲେକ୍ସନ ଟିମ୍‌ ଏବଂ ବିରାଟ କୋହଲି ମଧ୍ୟରେ ବିବାଦ ବି ହୋଇଥିଲା । ସୌରଭ ଗାଙ୍ଗୁଲିଙ୍କ ସହିତ ମଧ୍ୟ ବିରାଟ କୋହଲିଙ୍କର ମନୋମାଳିନ୍ୟ ହୋଇଥିଲା । ଏବେ ଫ୍ୟାନ୍ସମାନେ ଏହି ଘଟଣାର ମଜା ନେଉଛନ୍ତି, ମିମ୍ସ ପୋଷ୍ଟ କରୁଛନ୍ତି ।ଫ୍ୟାନ୍ସମାନେ ମିମ୍ସରେ ଲେଖୁଛନ୍ତି, ‘ଏବେ ସୌରଭ ଗାଙ୍ଗୁଲି ଅଧ୍ୟକ୍ଷ ପଦରେ ନାହାଁନ୍ତି, ଚେତନ ଶର୍ମା ବି ସିଲେକ୍ସନ କମିଟିରେ ନାହାଁନ୍ତି କିନ୍ତୁ କିଙ୍ଗ୍‌ କୋହଲି ଏବେ ବି ଅଛନ୍ତି’ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.