ଶସ୍ତାରେ ମିଳିଯିବ କାର ଇନସୁରାନ୍ସ, ଜାଣି ରଖନ୍ତୁ ଏହି ୩ଟି ଜିନିଷ ପଡ଼ିବେନି ଆଦୌ ଠକାମିରେ..

ଗାଡ଼ି କିଣିବା ସମୟରେ ଯଦି ଆପଣ କିଛି ଜରୁରୀ କଥା ଉପରେ ଧ୍ୟାନ ନଦେବେ ତେବେ ଏଥିପାଇଁ ଆପଣଙ୍କୁ ମୋଟା ଅଙ୍କର ରକମ ଦେବାକୁ ପଡ଼ିପାରେ। ତେଣୁ ସାବଧାନ ରୁହନ୍ତୁ ଆଉ ଆମର ଏହି ଜରୁରୀ ଭିଡ଼ିଓ ଦେଖି ନିଅନ୍ତୁ। ଏମିତିରେ ଆପଣ ଠକାମିରୁ ରକ୍ଷା ପାଇବେ। ଏଠାରେ ଆମେ ଆପଣଙ୍କୁ କାର ଇନସୁରାନ୍ସ ସମ୍ପର୍କରେ କିଛି ଜରୁରୀ ଟମର୍ସ ସମ୍ପର୍କରେ କହିବୁ ଯାହାକୁ ଜାଣିବା ଆପଣଙ୍କ ପାଇଁ ଖୁବ ଜରୁରୀ।

ଯେବେ ବି ଆମେ କୌଣସି ନୂଆ ଗାଡ଼ିକୁ କିଣିଥାଉ ସେତେବେଳେ କାର ଇନୁସରାନ୍ସ ନେବା ମଧ୍ୟ ସମସ୍ତଙ୍କ ପାଇଁ ଜରୁରୀ ହୋଇଥାଏ। ଗାଡ଼ି ଯାହାବି ହୋଇଥାଉ ଏହାସହିତ ଇନସୁରାନ୍ସ ରହିବା ନିହାତି ଜରୁରୀ। ଏମିିତିରେ ବାହନ ଚୋରି ହେଲେ ଯେମିତି କିଛି ଅସୁବିଧା ହେବ ନାହିଁ। ଆପଣଙ୍କର ଏଥିରେ ଯେପରି କିଛି କ୍ଷତି ହେବ ନାହିଁ। ଆକ୍ସିଡେଣ୍ଟ ପରେ ଅନ୍ୟ ପକ୍ଷର ଲୋକ ଏଥିପାଇଁ ଟଙ୍କା ଦେବେ। ଗାଡ଼ିର ଇନସୁରାନ୍ସ ୧ ରୁ ୩ ବର୍ଷ ମଧ୍ୟରେ ଥାଏ। ଏ ହାପରେ ଇନସୁରାନ୍ସକୁ ରିନ୍ୟୁ କରିବାକୁ ପଡେ। କିନ୍ତୁ ଏହିସମୟରେ କିଛି ଜରୁରୀ କଥାକୁ ଧ୍ୟାନ ରଖନ୍ତୁ। ଏମିତିରେ ଆପଣ ମୋଟା ଅଙ୍କର ରକମ ଦେବାକୁ ପଡ଼ିବ ନାହିଁ।

IDV:
ଏହାର ଅର୍ଥ ହେଉଛି Insurance declaried Value । ମାନେ ଇନସୁରାନ୍ସ କମ୍ପାନୀ ର କହିବା ଅନୁଯାୟୀ କାରର ଦାମ କେତେ? ଆଉ ଏହା ଚୋରୀ ହୋଇଗଲେ କିମ୍ବା ପୁରା କ୍ଷତିଗ୍ରସ୍ତ ହୋଇଗଲେ ଏହି ସ୍ଥିତିରେ ଇନସୁରାନ୍ସ କମ୍ପାନୀ ଏହାର ଭୁଗତାନ କରିବ। ଏହାର ସିଧା ପ୍ରଭାବ ଆପଣଙ୍କ ଇନସୁରାନ୍ସ ପ୍ରିମିୟମ ରେ ପଡ଼ିଥାଏ। ମାନେ ଏହା ଯେତେ ଅଧି ହେବ ଇନସୁରାନ୍ସ ପ୍ରିମିୟମ ମଧ୍ୟ ସେତେ ଅଧିକ ହେବ।

NCB:
ଏନସିବିର ମାନେ ନୋ କ୍ଲେମ ବୋନସ୍‌। କାର ଇନସୁରାନ୍ସ ରିନ୍ୟୁ ସମୟରେ ପଲିସିଧାରକଙ୍କୁ ନୋ କ୍ଲେମ ବୋନସ୍‌ ଦିଆଯାଏ। ଏହା କେବଳ ସେହି ଗ୍ରାହକଙ୍କୁ ମିଳିଥାଏ ଯେଉଁମାନେ ପଲିସି ସମୟରେ କିଛି କ୍ଲେମ କରିନଥିବେ। ସାଧାରଣ ଭାଷାରେ କହିବାକୁ ଗଲେ ଯଦି ଆପଣ ପୂର୍ବ ପଲିସିରେ କିଛି କ୍ଲେମ କରିନଥିବେ ତେବେ ବୀମା କମ୍ପାନୀ ନିଜ ଆଗାମୀ ପଲିସିରେ ଛାଡ ପାଇବେ।

Zero Depreciation Cover:
ଏହାକୁ ଜିରୋ ଡେପ କୁହାଯାଏ। ଯଦି ଆପଣ ଇନସୁରାନ୍ସ ସହିତ ଜିରୋ ଡେପ କଭର ନେଉଛନ୍ତି ତେବେ ଗାଡ଼ି କ୍ଷତିଗ୍ରସ୍ତ ହେବା ପରେ ଏହାକୁ ଠିକ କରିବା ପାଇଁ ଆପଣଙ୍କ ଠୁ କୌଣସି ଚାର୍ଜ ନିଆଯିବ ନାହିଁ। ନାହିଁ ବାରମ୍ବାର ଏହା ନିଆଯିବ। ଜିରୋ ଡିପ୍ରିସିଏସନ୍‌ କଭର ନୁଆ କାର କିମ୍ବା ଅଧିକ ତମ ଭାବେ ୩ ବର୍ଷ ପୁରୁଣା କାର ରେ ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.