ଆନ୍ଦୋଳନରୁ ଓହରିଲେ ଡାକ୍ତର, ସମସ୍ତ ଦାବି ପୁରଣ କରିବାକୁ ରାଜି ହେଲେ ମମତା

ପଶ୍ଚିମବଙ୍ଗ : ତୁଟିଲା ପଶ୍ଚିମବଙ୍ଗ ସରକାର-ଡାକ୍ତରଙ୍କ ମଧ୍ୟରେ ବିବାଦ । ଆନ୍ଦୋଳନରୁ ଓହରିଲେ ଡାକ୍ତର । ଡାକ୍ତରଙ୍କ ସମସ୍ତ ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜି ହେବା ପରେ ଡାକ୍ତର ସଂଗଠନ ପକ୍ଷରୁ ଆନ୍ଦୋଳନ ପ୍ରତ୍ୟାହାର ନେଇ ଘୋଷଣା କରାଯାଇଛି । ପୂର୍ବରୁ ମମତା ବାନାର୍ଜୀ ଓ ଆନ୍ଦୋଳନକାରୀ ମେଡିକାଲ କଲେଜର ଜୁନିଆର ଡାକ୍ତରଙ୍କ ମଧ୍ୟରେ ହୋଇଥିବା ବୈଠକରୁ ସକରାତ୍ମକ ଫଳ ଆସିଥିଲା ।

ସରକାରୀ ଡାକ୍ତରଖାନରେ ଅଭିଯୋଗ ପ୍ରକୋଷ୍ଠ କେନ୍ଦ୍ର ଖୋଲିବା ନେଇ ଡାକ୍ତରଙ୍କ ଦାବିକୁ ସରକାର ମାନିଛନ୍ତି । ସେହିପରି ସବୁ ମେଡିକାଲ କଲେଜରେ ପୋଲିସ ଅଧିକାରୀ ମୁତୟନ କରିବାକୁ କୋଲକତା ପୋଲିସ କମିଶନର ଅନୁଜ ଶର୍ମାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ମୋଟ ୧୪ଟି ମେଡିକାଲ କଲେଜର ଦୁଇ ଦୁଇ ପ୍ରତିନିଧିଙ୍କ ସହ ମମତା ଆଲୋଚନା କରିଥିଲେ । ପୂର୍ବରୁ ସଚିବାଳରେ ମିଡିଆ ସାମ୍ନାରେ ଡାକ୍ତର ପ୍ରତିନିଧି ସହ ଦିଦି ଆଲୋଚକା କରିଥିଲେ । ଗତ ୧୦ ତାରିଖରେ ଏନ୍‌ଆରସ ମେଡିକାଲ କଲେଜରେ ଦୁଇ ଜଣ ଜୁନିଆର ଡାକ୍ତରଙ୍କୁ ଆକ୍ରମଣ କରିଥିଲେ ରୋଗୀଙ୍କ ସମ୍ପର୍କୀୟ। ଏହାପରେ ଆନ୍ଦୋଳନ ବ୍ୟାପୀଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.