ବିଶ୍ୱର ମୋଷ୍ଟ ୱାଣ୍ଡେଡ୍‌ ଆତଙ୍କବାଦୀ ତଥା I.S.I.S ମୁଖ୍ୟ ଅବୁ ବକର ଅଲ୍‌ ବାଗ୍‌ଦାଦୀ ମୃତ! ଘୋଷଣା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

କେନ୍ୟୁଜ୍: ଅବୁ ବକର ଅଲ୍ ବାଗ୍‌ଦାଦି । ବିଶ୍ୱର ଏକ ନମ୍ବର ଆତଙ୍କବାଦୀ। ଆମେରିକା ସେନା ଅପରେସନରେ ମୃତ। ଆମେରିକା ଗୁଇନ୍ଦା ସଂସ୍ଥା ସିଆଇଏକୁ ମିଳିଥିଲା ବାଗ୍‌ଦାଦିର ସୂଚନା। ପଶ୍ଚିମ ସିରିଆରେ ସ୍ୱତନ୍ତ୍ର ସ୍କ୍ଵାଡ୍ ଆରମ୍ଭ କରିଥିଲା ଅପରେସନ। ଟନେଲ ଭିତରେ ଫସି ଯାଇଥିଲା ବାଗ୍‌ଦାଦି। ମିଳି ନଥିଲା ରାସ୍ତା। ଆତ୍ମଘାତି ଜ୍ୟାକେଟ୍ ଜରିଆରେ ବିସ୍ଫୋରଣ କରି କଲା ଆତ୍ମହତ୍ୟା । ଏଥିରେ ତାର ତିନି ପୁଅ ସହ ଅନେକ ଆଇଏସଆଇଏସ୍ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ।

donaldSomething very big has just happened! ସକାଳୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏ ଟ୍ଵିଟ୍ ଥିଲା। କଣ ବଡ଼ ହୋଇଛି। ସମସ୍ତଙ୍କ ମନରେ ଥିଲା ସସ୍‌ପେନ୍ସ। ସଂଧ୍ୟାରେ ଟ୍ରମ୍ପଙ୍କ ଘୋଷଣା ସହ ଦୂର ହେଲା ସବୁ ସସ୍‌ପେନ୍ସ। ଅବୁ ବକର ଅଲ ବାଗଦାଦୀର ମୃତ୍ୟୁ ହୋଇଛି। ବିଶ୍ୱର ସବୁଠାରୁ ହିଂସକ ଏବଂ କ୍ରୁର ଆତଙ୍କବାଦୀ ସଂଗଠନ ଆଇଏସଆଇଏସ୍ ପ୍ରତିଷ୍ଠା କରିଥିଲା ବାଗ୍‌ଦାଦି। ବହୁ ବର୍ଷ ଧରି ବାଗ୍‌ଦାଦିକୁ ଖୋଜୁଥିଲା ଆମେରିକା। ଅବୁ ବକର ଅଲ୍ ବାଗ୍‌ଦାଦି। ଦଶମୁଣ୍ଡିଆ ରାବଣ ଭଳି। ଅନେକ ଥର ମରି, ପୁଣି ବଞ୍ଚିଛି। ଗଣମାଧ୍ୟମରେ ତାର ମୃତ୍ୟୁ ଖବର ପରେ ତାର ଜୀବିତ ଥିବା ଖବର ଆସେ। ଏଥର କିନ୍ତୁ ମିଳିଲା ସ୍ପଷ୍ଟ ତଥ୍ୟ। ମରିଛି ବାଗଦାଦି। ଟ୍ରମ୍ପଙ୍କ ଭାଷାରେ କୁକୁର ଭଳି ମରିଛି।

ଏହାସହ ପଢନ୍ତୁ:

ଅଚାନକ ପାଦ ତଳୁ ଭୁଶୁଡିଗଲା ରାସ୍ତା, ଆଉ ତାପରେ ଯାହା ହେଲା ଦେଖନ୍ତୁ ଏହି ଭିଡିଓରେ

୨୦୧୦ରେ ଇସ୍‌ଲାମିକ ଷ୍ଟେଟ୍ ଇରାକ୍ ଆଇଏସ୍‌ଆଇ ଗଠନ କରିଥିଲା, ବାଗଦାଦୀ। ୨୦୧୩ ବେଳକୁ ସଂଗଠନର ବିସ୍ତାର ହେଲା। ନିଜ ସଂଗଠନର ନାଁ ଦେଇଥିଲା ଇସ୍‌ଲାମିକ ଷ୍ଟେଟ ଇନ୍ ଇରାକ୍ ଆଣ୍ଡ ସିରିଆ ISIS। ବାଗ୍‌ଦାଦୀ କ୍ୱିଚ୍‌ତ ସର୍ବସାଧାରଣ ସାମ୍ନାକୁ ଆସେ କିମ୍ବା ଭିଡିଓ ଜାରି କରେ। ୨୦୧୪ରେ ପ୍ରଥମ ଥର ବାଗ୍‌ଦାଦୀର ଭିଡିଓ ଆସିଥିଲା। ଏହାର ୫ ବର୍ଷ ପରେ ଗତ ଏପ୍ରିଲ ମାସରେ ବାଗ୍‌ଦାଦୀର ଭିଡିଓ ଆସିଥିଲା। ଆତଙ୍କବାଦୀ ସଂଗଠନ ଅଲ କାଏଦାର ଦବଦବା ସରିବା ପରେ ମୁଣ୍ଡ ଟେକିଥିଲା ଆଇଏସ୍‌ଆଇଏସ୍ । ଇରାକରୁ ଆରମ୍ଭ କରି ସିରିଆ,ମିଡିଲ ଇଷ୍ଟରୁ ଆରମ୍ଭ କରି ଆମେରିକା ଯାଏ ବ୍ୟାପିଥିଲା ତାର ଆତଙ୍କର କହର। ଏବେ ବାଗଦାଦୀ ଚାପ୍ଟରରେ ପୂର୍ଣ୍ଣ ଛେଦ ପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.