Below header

‘ମୋତେ ତମେ ଚିହ୍ନିନ, ମୁଁ ତୁମର ଜ୍ୱର ଛଡେଇଦେବି’ ପୋଲିସକୁ କହିଲେ ମହିଳା ଚାଳକ

ପାଟନା : ନୂଆ ଟ୍ରାଫିକ ନିୟମ ଲାଗୁ ହେବା ଦିନରୁ ପ୍ରତ୍ୟେକ ଦିନ କିଛି ନା କିଛି ଏପରି ଘଟଣା ଦେଖିବାକୁ ମିଳୁଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କିମ୍ବା ଚକିତ କରୁଥିବ । ଏପରି ଏକ ଘଟଣା ବିହାରର ପାଟନାରେ ଦେଖିବାକୁ ମିଳିଛି। ସୂଚନା ମୁତାବକ, ଜଣେ ପୁଲିସ ଅଧିକାରୀ କାର ଚଳାଇ ଯାଉଥିବା ଜଣେ ମହିଳାଙ୍କୁ ସିଟ୍‌ ବେଲ୍ଟ ନ ବାନ୍ଧିଥିବାରୁ ପୋଲିସ ରୋକିଥିଲା। କିନ୍ତୁ ମହିଳା ଜଣକ ପୁଲିସ ଅଧିକାରୀଙ୍କ ସହିତ ମଝି ରାସ୍ତାରରେ ଯୁକ୍ତିତର୍କ କରିଥିଲେ। ମହିଳା ଜଣଙ୍କ କହିଥିଲେ, ମୋତେ ଚିହ୍ନିନ, ମୁଁ ତୁମର ଜ୍ୱର ଛଡେଇଦେବି।

ଏହାସହ ପଢନ୍ତୁ ; ଭାରତଠାରୁ ବି ଶକ୍ତ ଏହି ଦେଶ ମାନଙ୍କର ଟ୍ରାଫିକ୍‌ ନିୟମ, ଜରିମନା ଦେବାପାଇଁ ନେବାକୁ ପଡିଥାଏ ଲୋନ୍‌!

ଉକ୍ତ ମହିଳା ଜଣକ ସିଟ ବେଲ୍ଟ ବାନ୍ଧି ନଥିବାରୁ ପୋଲିସ ତାଙ୍କର ଚାଲାଣ କଟିବା ପାଇଁ କହିଥିଲେ। ପୋଲିସର ଏତିକି କଥାରେ ମହିଳା ଜଣକ ରାଗି ଯାଇଥିଲେ ଏବଂ କହିଥିଲେ, ମୁଁ ସିଟ ବେଲ୍ଟ ପିନ୍ଧିଥିଲି ତେବେ କ’ଣ ପାଇଁ ପଇସା ଦେବି। ପୋଲିସକୁ ନିଜ କ୍ୟାମେରା ଅନ୍‌ କରିକି ଦେଖିବା ପାଇଁ କହିଥିଲେ। ପୋଲିସକୁ ଭଲ ଭାବେ କଥାବାର୍ତ୍ତା କରିବା ପାଇଁ କହିଥିଲେ। କିନ୍ତୁ ମହିଳାଙ୍କୁ ପୋଲିସ ଅଧିକାରୀ ଜେବ୍ରା କ୍ରସିଂ କରିଥିବାର ଫାଇନ ମାଗିଥିଲେ।
କିନ୍ତୁ ପରେ ସଂପୂର୍ଣ୍ଣ ଘଟଣା ଜାଣିବାକୁ ମିଳିଥିଲା। ମହିଳା ଜଣକ ସଫେଇରେ କହିଥିଲେ, ମୁଁ ସିଧା ଯାଉଥିଲି କିନ୍ତୁ ପୋଲିସ ଅଧିକାରୀ ଜଣକ ଗାଡି ବୁଲାଇବା ପାଇଁ କହିଥିଲେ। ମୁଁ ଗାଡି ବୁଲାଇ ଆସୁଥିବା ବେଳେ ପୋଲିସ ମୋତେ ସିଟ୍‌ ବେଲ୍ଟ ନାହିଁ ବୋଲି କହିଥିଲେ। କିନ୍ତୁ ମୁଁ ସେହି ସମୟରେ ସିଟ ବେଲ୍ଟ ପିନ୍ଧିଥିଲି କିନ୍ତୁ ପୋଲିସ ଅଧିକାରୀ ହାତ ଯୋଡି ପଇସା ମାଗିଥିଲେ। ମୁଁ ପଇସା ଦେବା ପାଇଁ ମନା କରିବାରୁ ପଇସା ଦେବ ନ ହେଲେ ଗାଡିର ଚାଲାଣ କାଟି ଦେବି ପୋଲିସ ଅଧିକାରୀ କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.