ଏହି ଅଭିନେତ୍ରୀ କଲେ ବଲିଉଡରେ ଧମାକେଦାର ଡେବ୍ୟୁ, ଲୋକେ କହିଲେ କିଏ ଏ ସୁନ୍ଦରୀ !

ବଲିଉଡରେ ପ୍ରାୟ ସମୟରେ ଷ୍ଟାର କିଡକୁ ନେଇ ଚର୍ଚ୍ଚା ହୋଇଥାଏ। ଅନେକଙ୍କର ପ୍ରଥମ ଫିଲ୍ମ ଆସିସାରିଲାଣି ତ ଆଉ କାହାର ବଲିଉଡରେ ହେବ୍ୟୁ କରିବାକୁ ଯାଉଛନ୍ତି। ଏମିତିରେ ବର୍ଷିୟାନ ଅଭିନେତା ଗୋବିନ୍ଦାଙ୍କର ଝିଅ ଟିନା ଆହୁଜା ମଧ୍ୟ ଜବରଦସ୍ତ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସେ ଏକ ମ୍ୟୁଜିକ ଭିଡିଓରେ ଡେବ୍ୟୁ କରିଛନ୍ତି।

ଏହି ଗୀତରେ ସେ ସିଙ୍ଗର ଗଜେନ୍ଦ୍ର ବର୍ମା ସହିତ କରିଛନ୍ତି। ସେହିଭଳି ଗଜେନ୍ଦ୍ର ବର୍ମା ନିଜର ଗୀତ ‘ତେରା ଘାଟା’ରେ ଜବରଦସ୍ତ ସଫଳତାରେ ସମସ୍ତଙ୍କୁ ଚମକାଇ ଦେଇଥିଲେ। ସେହିପରି ଟିନାଙ୍କୁ ଦେଖିବା ପରେ ଲୋକମାନେ ତାଙ୍କର ଫ୍ୟାନ ହୋଇଯାଇଛନ୍ତି। ସୋସିଆଲ ମିଡିଆରେ ତାଙ୍କୁ ବହୁତ ପ୍ରଶଂସା ମିଳୁଛି।

ଟିନା ଗଜେନ୍ଦ୍ରଙ୍କ ସହିତ ‘ମିଲୋ ନା ତୁମ’ଗୀତରେ ଡେବ୍ୟୁ କରିଛନ୍ତି। ଏହି ଗୀତ ୧୯୭୦ରେ ଆସିଥିବା ଫିଲ୍ମ ‘ହୀର ରାଞ୍ଝା’ର ଗୀତ ‘ମିଲୋ ନା ତୁମ ତୋ ଦିଲ ଘବରାଏ’ର ରିମେକ ଭର୍ସନ। ଏହି ଗୀତରେ ଟିନା ବହୁତ ସୁନ୍ଦର ଦେଖାଯାଉଛନ୍ତି।

tina-ahujaଟିନାଙ୍କୁ ଦେଖିବା ପରେ ଲୋକମାନେ ତାଙ୍କର ଦିଓ୍ଵାନା ହୋଇଗଲେଣି। ଏହି ମ୍ୟୁଜିକ ଭିଡିଓକୁ ୟୁଟ୍ୟୁବରେ ଏବେ ପର୍ଯ୍ୟନ୍ତ ଲକ୍ଷେ ଭ୍ୟୁଜ୍‌ ମିଳିସାରିଲାଣି। ସେହିଭଳି କମେଣ୍ଟସରେ ଟିନାଙ୍କୁ ଫ୍ୟାନ୍ସ ପ୍ରଶଂସା କରିବାକୁ ପଛ ଘୁଞ୍ଚା ଦେଉନାହାନ୍ତି।

ଏହାସହ ପଢନ୍ତୁ : ନିଜର ପ୍ରଥମ ଗୀତ ରିଲିଜ୍‌ ହେବାର କିଛି ସମୟ ପରେ ଲତା ମଙ୍ଗେସକରଙ୍କୁ ଏମିତି ଜବାବ ଦେଲେ ରାନୁ ମଣ୍ଡଳ !

ଟିନା ଆହୁଜା ଏକ ସାକ୍ଷାତକାରରେ ମନୋରଞ୍ଜନ ଇଣ୍ଡଷ୍ଟ୍ରୀରେ ନିଜର କ୍ୟାରିୟରକୁ ନେଇ ଖୋଲିକି କହିଛନ୍ତି। ସେ କହିଛନ୍ତି, ‘ମୁଁ ଫିଲ୍ମରେ କାମ କରିବାକୁ ଚାହୁଁଛି କିନ୍ତୁ ମୋର ପ୍ରଥମ ଶର୍ତ୍ତ ଏହା ଯେ ସ୍କ୍ରିପ୍ଟ ଭଲ ହେବା ଦରକାର। ମୁଁ ବଡ ଷ୍ଟାରଙ୍କ ସହିତ କାମ କରିବାର ଇଚ୍ଛା ରଖିନାହିଁ। ମୁଁ ଏବେ ପର୍ଯ୍ୟନ୍ତ କୌଣସି ଫିଲ୍ମରେ ଏଥିପାଇଁ କାମ କରିନାହିଁ କାରଣ ମୋତେ କୌଣସି ଭଲ ସ୍କ୍ରିପ୍ଟ ମିଳିନାହିଁ। ’ ସେହିପରି ଟିନାଙ୍କ ଫ୍ୟାନ ଚାହୁଁଛନ୍ତି ସେ ଶୀଘ୍ର ବଲିଉଡରେ ଜଣେ ଷ୍ଟାର ଭାବରେ ନିଜକୁ ସ୍ଥାପିତ କରିନିଅନ୍ତୁ।