Below header

ଏସ୍‌ଡିଏମ୍‌ଙ୍କୁ ବିଜେପି ବିଧାୟକଙ୍କ ଧମକ, କହିଲେ ‘ମୋ ପାଓ୍ଵାର କେତେ ଜାଣିନ ?’

ଆଗ୍ରା : ଉତ୍ତର ପ୍ରଦେଶ ଫତେପୁର ସିକ୍ରିର ବିଜେପି ବିଧାୟକ ଉଦୟଭାନ୍‌ ସିଂହଙ୍କ ଏସ୍‌ଡିଏମ୍‌ଙ୍କୁ ଧମକ । ‘ମୁଁ କିଏ ତୁମେ ଜାଣିନ ? ମୋ ପାଓ୍ଵାର କେତେ ତମକୁ ବୋଧେ ଜଣା ନାହିଁ । ’ ଏଭଳି ଧମକର ଭିଡିଓ ଏବେ ଭାଇରାଲ ହୋଇଛି ।

UDAYBHAN SINGHସୂଚନା ଅନୁଯାୟୀ, ଫତେପୁର ସିକ୍ରି ଅନ୍ତର୍ଗତ କିରାବଲି ତହସିଲରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ସେମାନଙ୍କୁ ଭେଟି ଆଲୋଚନା କରିବାକୁ ଯାଇଥିଲେ ବିଧାୟକ ଉଦୟଭାନ୍‌ ସିଂହ । ତେବେ ସେଠାରେ ଅଚାନକ ସ୍ଥାନୀୟ ଏସ୍‌ଡିଏମ୍‌ ଗରିମା ସିଂହଙ୍କୁ ତାଗିଦ କଲେ । ସମସ୍ତଙ୍କ ଆଗରେ ବିଧାୟକ ଏଭଳି ଧମକ ଦେଇଥିଲେ । କହିଥିଲେ ‘କଣ ତୁମକୁ ଜଣା ନାହିଁ ମୁଁ ବିଧାୟକ ବୋଲି । ମୋ ସାଙ୍ଗରେ ଏମିତି କଥାବାର୍ତ୍ତା କରୁଛ । ମୋ ପାଓ୍ଵାର କେତେ ବୋଧହୁଏ ତୁମକୁ ଜଣା ନାହିଁ । ଗଣତନ୍ତ୍ରର ଶକ୍ତି ସହ କେତେ ବୋଧହୁଏ ତୁମେ ଜାଣିନ’ । …ଫଟୋ ଦେଖିଲେ, ଏବେ ଦେଖନ୍ତୁ ବିଧାୟକ କହିଥିବା କଥାର  ଭିଡିଓ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.