ନିୟମ ହେଲା କଡ଼ା : ଅନଲାଇନ ଔଷଧ କିଣିଲେ ଯିବାକୁ ପଡ଼ିବ ଜେଲ୍

ଚେନ୍ନାଇ : ମଦ୍ରାସ ଉଚ୍ଚ ନ୍ୟୟାଳୟ ସୋମବାର ଦିନ ଅନଲାଇନ ଔଷଧ ବିକ୍ରି ଉପରେ ରୋକ ଲଗାଇଛି। ଯେପର‌୍ୟ୍ୟନ୍ତ କେନ୍ଦ୍ରୀୟ ସ୍ବାସ୍ଥ୍ୟ ମାନ୍ତ୍ରାଳୟ ଏବଂ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ପ୍ରସ୍ତାବିତ ଔଷଧ ପ୍ରସାଧନ ସାମଗ୍ରୀ ଉପରେ ସଂଶୋଧତ ନିୟମ ୨୦୧୮କୁ ଲାଗୁ କରୁନାହାନ୍ତି ତାଙ୍କର ଲାଇସେନ୍ସକୁ ରଦ୍ଦ କରାଯିବ। ଏନେଇ ଜାନୁଆରୀ ୩୧ ପର‌୍ୟ୍ୟନ୍ତ ଅନଲାଇନ ଔଷଧ ବିକ୍ରି ବନ୍ଦ କରାଯାଇଛି।

court

ବିଚାରପତି ପୁଷ୍ପା ସତ୍ୟନାରାୟଣ, ଦୁଇ ମାସ ମଧ୍ୟରେ ଅଧିସୂଚିତ ହେବାକୁଥିବା ନିୟମ ମୂତାବକ ଅନଲାଇନ ଔଷଧ ବିକ୍ରେତାଙ୍କ ଲାଇସେନ୍ସକୁ ରଦ୍ଦ କରିବା ନେଇ ଘୋଷଣା କରିଛନ୍ତି। ଏହାପରେ ଅନଲାଇନ ଔଷଧ ବିକ୍ରେତାଙ୍କ ଅନୁରୋଧ କ୍ରମେ ବିଚାରପତି ୨୦ ଡ଼ିସେମ୍ବର ମଧ୍ୟରେ ଏହାକୁ କାର‌୍ୟ୍ୟକାରୀ କରିବା ନେଇ ଆଦେଶ ଦେଇଛନ୍ତି।

Drugs

ଏଣୁ ଡ଼ିସେମ୍ବର ୨୦ ପରେ ଯଦି କୌଣସି ବ୍ୟକ୍ତି ଅନଲାଇନରେ ଔଷଧ କ୍ରୟ କରୁଛନ୍ତି ତେବେ ସେ ଦୋଷୀ ସାବ୍ୟସ୍ତ ହୋଇପାରନ୍ତି। ଏହାଛଡ଼ା ତାଙ୍କ ବିରୁଦ୍ଧରେ କାର‌୍ୟ୍ୟନୁଷ୍ଠାନ ହେବା ସହ ଜରିମାନା ଲାଗିବାର ମଧ୍ୟ ସମ୍ବାବନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.