ମୁମ୍ବାଇ ଇଏସ୍ଆଇସି ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା , ୬ ମାସର ଶିଶୁ ସମେତ ୮ ମୃତ

ମୁମ୍ବାଇ(କେନ୍ୟୁଜ୍) : ମୁମ୍ବାଇ ଅନ୍ଧେରୀ ଅଞ୍ଚଳରେ ଥିବା ଇଏସ୍ଆଇସି ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଜଣେ ୬ ମାସର ଶିଶୁ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ୧୪୨ ଜଣ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।
ଗତକାଲି ଅପରାହ୍ଣରେ ମେଡିକାଲରେ ନିଆଁ ଲାଗିଥିଲା । ହସ୍ପିଟାଲରୁ ୧୭୩ ଜଣଙ୍କୁ ଉଦ୍ଧାର କରି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଏଥି ମଧ୍ୟରୁ ୨୬ ଜଣ ଚିକତ୍ସିତ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟମାନଙ୍କ ଚିକିତ୍ସା କରାଯାଉଛି । ଅଗ୍ନିକାଣ୍ଡରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ଵାର । ଏହି ହସ୍ପିଟାଲକୁ ଏନ୍ଓସି ମିଳିନଥିଲା । ୧୫ ଦିନ ତଳେ ହସ୍ପିଟାଲରେ ଫାୟାର ସେଫ୍ଟୀ ପାଇଁ ଏନ୍ଓସି ଆବେଦନ କରାଯାଇଥିଲା ।