ଏଟିଏମ୍‌ରୁ ବାହାରିଲା ଦୁଇଗୁଣା ଟଙ୍କା, ଲୋକେ ଧଡ଼ାଧଡ଼ ଉଠାଇ ଚାଲିଲେ

ଗୋଟିଏ ଏଟିଏମ୍‌ରେ ଭାରି ଭିଡ଼ ଲାଗିଥାଏ । ଲୋକେ ପଇସା ଉଠାଇ ଏମିତି ଖୁସି ହେଉଥାନ୍ତି ଯେମିତି କିଛି ଗୁପ୍ତଧନ ମିଳିଗଲା । କଥା କଣ ବୁଝୁ ବୁଝୁ ଜଣାପଡ଼ିଲା ଯେ ଏହି ଏଟିଏମ୍‌ରେ ଲୋକେ କାର୍ଡ଼ ପୂରାଇ ଯେତିକି ଟଙ୍କା ଉଠାଇବା ପାଇଁ ଲେଖୁଥିଲେ ତା ଠାରୁ ଡବଲ୍‌ ନୋଟ୍‌ ବାହାରୁଥିଲା । ଏକଥା ପ୍ରଚାର ହେବା ପରେ ସେହି ଏଟିଏମ୍‌ରେ ଭିଡ଼ ଲାଗିଗଲା ।

ତେବେ ଏ ଘଟଣା ଭାରତରେ ନୁହେଁ ସ୍କଟଲାଣ୍ଡରେ ଘଟିଛି । ସେଠାକାର ଡୁଣ୍ଡି ସହର ଚାର୍ଲଷ୍ଟନ ଡ୍ରାଇଭ ଅଞ୍ଚଳରେ ଥିବା ଏକ ଏଟିଏମ୍‌ରେ ଜଣେ ବ୍ୟକ୍ତି ଯେତେବେଳେ ଟଙ୍କା ଉଠାଇଲେ ସେ ଲେଖିଥିବା ଟଙ୍କା ପରିମାଣର ଦୁଇଗୁଣ ଟଙ୍କା ଆସିଗଲା । ସେ ପ୍ରଥମେ ବିଶ୍ୱାସ କଲେ ନାହିଁ । ଦୁଇ ଦୁଇଥର ନୋଟ୍‌କୁ ଗଣିଲେ । ତାଙ୍କ ପରେ ବି ଯିଏ ଆସିଲେ ତାଙ୍କ ପାଖକୁ ବି ଦୁଇଗୁଣା ନୋଟ୍‌ ଆସିଲା । ଏହା ପରେ ଘଟଣାଟି ଚାରିଆଡ଼େ ପ୍ରଚାର ହୋଇଗଲା ଏବଂ ଲୋକେ ସେହି ଏଟିଏମ୍‌ରେ ଭିଡ଼ ଲଗାଇଲେ । କିଏ ଆଗ ଟଙ୍କା ଉଠାଇବ ତାକୁ ନେଇ ଟଣା ଓଟରା ଚାଲିଲା ।

ଖବର ପାଇ ପୋଲିସ୍‌ ସେଠାରେ ଆସି ପହଞ୍ଚିଲା ବେଳକୁ ଲୋକେ ଧଡ଼ାଧଡ଼ ଏଟିଏମ୍‌ ପୂରାଇ ପଇସା ନେଇ ଚାଲିଥାନ୍ତି । ଶେଷରେ ପୋଲିସ୍‌ ଭିଡ଼କୁ ନିୟନ୍ତ୍ରଣ କରି ସଂପୃକ୍ତ ବ୍ୟାଙ୍କକୁ ଖବର ଦେଲା । ବ୍ୟାଙ୍କ କର୍ମଚାରୀ ଏଟିଏମ୍‌ରେ ହୋଇଥିବା ଟେକନିକାଲ ତ୍ରୁଟିକୁ ସୁଧାରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ତେବେ ଏଭଳି କାହିଁକି ଘଟିଲା ବୋଲି ବ୍ୟାଙ୍କ କର୍ମଚାରୀ ଆସି ଯାଞ୍ଚ କରିଥିଲେ । ଅବଶ୍ୟ ଏପର୍ଯ୍ୟନ୍ତ କାରଣ ଜଣାପଡ଼ି ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.