ମଦ ପିଇ ଯୁବତୀଙ୍କ ହାଲ ହେଲା ବେହାଲ , ପୋଲିସକୁ ଚାପୁଡା ମାରିବା ସହ କଲେ ନାକେଦମ୍‌

ମଦ…ମାତାଲ… ନିଶା…. ଆଉ ଭାଷା….ବୋତଲ ଟିକେ ଟେକିଦେବା ପରେ ମଣିଷର ହାଲ କେମିତି ବେହାଲ ହୁଏ ଆପଣ ଆଜି ଜାଣିବେ ।

ମଦ…ମାତାଲ… ନିଶା…. ଆଉ ଭାଷା….ବୋତଲ ଟିକେ ଟେକିଦେବା ପରେ ମଣିଷର ହାଲ କେମିତି ବେହାଲ ହୁଏ ଆପଣ ଆଜି ଜାଣିବେ । ବଡ ଲୋକ ବେଟୀର ମାତାଲୀ ହାଲତ୍‌ । ମଦ ପିଇବା ପରେ ଆଉ ନିଶାରେ ଚୂର ହେଲା ପରେ ମଣିଷର ଅବସ୍ଥା କଣ ହୁଏ ଆପଣ ଅନୁମାନ ଲଗାଇପାରୁଥିବେ ।

ମଦ ପିଇ ବିଚ୍ ରାସ୍ତାରେ ମହିଳାଙ୍କ ହାଇଡ୍ରାମା। ପୁଲିସକୁ ଚାପୁଡ଼ା ମାରିବା ସହ ଧକ୍କା ଦେଲେ ନିଶାଗ୍ରସ୍ତ ମହିଳା। ଗୁଜରାଟର ଭଦୋଦରାରେ ଘଟିଛି ଏଭଳି ଘଟଣା। ଘଟଣା ଘଟିବା ସମୟରେ ସେଠାରେ ଉପସ୍ଥିତ ଥିବା ଲୋକେ ଏହାର ଭିଡିଓ ରେକର୍ଡ କରିଥିବା ବେଳେ ଏହାକୁ ସୋସିଆଲ ମିଡିଆରେ ସେୟାର କରିଥିଲେ, ଯାହା ଏବେ ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିଛି ।

ମିଳିଥିବା ସୂଚନା ମୁତାବକ, ରବିବାର ରାତିରେ ମହିଳା ଜଣକ ମଦ ପିଇ ଗାଡ଼ି ଚଳାଉଥିଲେ। ଆଉ ଏହି ସମୟରେ ତାଙ୍କ ଗାଡ଼ି ଅନ୍ୟ ଗାଡ଼ିକୁ ଧକ୍କା ଦେଇଥିଲା। ତେବେ ଏ ବିଷୟରେ ମହିଳାଙ୍କୁ ଯେତେବେଳେ କିଛି କୁହାହେଲେ ସେତେବେଳେ ମହିଳା ଜଣଙ୍କ କିଛି ଶୁଣିବାକୁ ହିଁ ନାରାଜ୍‌ ଥିଲେ । ଓଲଟି ପାଟିରୁ ବାହାର କରୁଥିଲେ ଅନର୍ଗଳ ଭାଷା ଆଉ ଭାଷା । ଖାଲି ଭାଷା ନୁହେଁ ଆଜ୍ଞା ତାସହ ଦେଖାଉଥିଲେ ବଡଲୋକୀର ରୁବାବ୍‌ ।

ସୂଚନା ମିଳିବା ପରେ ଯେତେବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଲା ସେତେବେଳେ ମହିଳାଜଣକ ଗାଳି କରିବା ଆରମ୍ଭ କରିଥିଲେ। ତାଙ୍କୁ ଶାନ୍ତ ହେବାକୁ କହୁଥିବା ପୁରୁଷ ପୁଲିସକର୍ମୀଙ୍କୁ ମହିଳାଜଣକ ଧକ୍କା ମାରିଥିଲେ। ଟିମ୍ ସହିତ ଜଣେ ମହିଳା ପୁଲିସ ଥିବା ବେଳେ ମହିଳାଙ୍କୁ କାବୁ କରିବା ଅସମ୍ଭବ ଥିଲା। ତେଣୁ ଆଉ ୨-୩ଜଣ ମହିଳା ପୁଲିସଙ୍କୁ ଘଟଣାସ୍ଥଳକୁ ଡକାଯାଇଥିଲା। ଏହା ପରେ ମହିଳାଙ୍କୁ କାବୁ କରି ପୁଲିସ ଗାଡ଼ିରେ ବସାଯାଇଥିଲା। ହେଲେ ଏହି ସମୟରେ ମଧ୍ୟ ମହିଳାଜଣକ ପୁଲିସକୁ ମାଡ ମାରି ଖୁସି ହେବା ସହ ଜଣେ ମହିଳା ପୁଲିସକର୍ମୀଙ୍କୁ ଚାପୁଡ଼ା ମାରିଥିଲେ ଧକ୍କା ବି ଦଉଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.