ଡିଟିସି ବସରେ ‘ତେରା ଆଁଖ୍ୟା କା ୟୋ କାଜଲ’ ଗୀତରେ ଡ୍ୟାନ୍ସ କଲେ ଯୁବତୀ, ଭିଡିଓ ହେଲା ଭାଇରାଲ୍, ଡ୍ରାଇଭର ନିଲମ୍ବିତ

ଦିଲ୍ଲୀରେ ଯେଉଁ ଡିଟିସି ବସ୍ ପ୍ରତିଦିନ ଲକ୍ଷେ ଲୋକଙ୍କୁ ନେଇ ତାଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଉଥିଲା, ସେହି ବସରେ ଜଣେ ଯୁବତୀଙ୍କ ଡ୍ୟାନ୍ସ ଏତେ ମହଙ୍ଗା ପଡ଼ିବ ବୋଲି ବସ୍ ଡ୍ରାଇଭର ଓ କଣ୍ଡକ୍ଟର କେବେ ବି ଭାବି ନ ଥିଲେ। ବର୍ତ୍ତମାନ ସେହି ଡ୍ୟାନ୍ସ ଭିଡିଓ ଅଧିକରୁ ଅଧିକ ଭାଇରାଲ ହେବାରେ ଲାଗିଛି। ଅନ୍ୟପଟେ ଏହି ଘଟଣାକୁ ନେଇ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ନିଲମ୍ବିତ କରି ଦିଆଯାଇଛି।

GIRL BUS

ଘଟଣା ହେଉଛି ଜୁଲାଇ ୧୨ ତାରିଖର। ଯେତେବେଳେ ଏକ ଡିଟିସି ବସ୍ ଜନକପୁରୀ ସଂଲଗ୍ନ ହରିନଗର ଡିପୋରେ ଥିଲା, ସେହି ସମୟରେ ଖାଲି ଛିଡ଼ା ହୋଇଥିବା ବସ୍ ପାଖରେ ଜଣେ ଯୁବତୀ ଆସି ପହଞ୍ଚିଥିଲେ। ସେଠାରେ ଉପସ୍ଥିତ ସୁରକ୍ଷାକର୍ମୀଙ୍କ ଆଗରେ ଯୁବତୀ ଜଣକ ‘ତେରା ଆଁଖ୍ୟା କା ୟୋ କାଜଲ’ ଗୀତରେ ଡ୍ୟାନ୍ସ କରିଥିଲେ ଏବଂ ସୁରକ୍ଷାକର୍ମୀ ମଧ୍ୟ ପୂରା ସମୟ ତାଙ୍କ ଡ୍ୟାନ୍ସ ଦେଖି ହସୁଥିଲେ।

BUS CONDUCTER

ଏହାପରେ ବସ୍ ଡ୍ରାଇଭର ଓ କଣ୍ଡକ୍ଟରଙ୍କ ପାଳି ପଡ଼ିଥିଲା। ଦୁହିଁଙ୍କ ପାଖକୁ ଯାଇ ଯୁବତୀ ପୁଣିଥରେ ସେହି ଗୀତରେ ନାଚିଥିଲେ। ତେବେ ଡ୍ୟାନ୍ସକୁ ଚୁପଚାପ ଦେଖୁଥିବା ଏହି ଦୁଇ ଦର୍ଶକ ଟିକ୍ ଟକ୍ ଭିଡିଓରେ ସାମିଲ ହୋଇଯାଇଥିଲେ। ଯୁବତୀଙ୍କ ଡ୍ୟାନ୍ସ ଭିଡିଓ ଯେତେବେଳେ ଭାଇରାଲ ହୋଇଥିଲା, ସେତେବେଳେ ଏହା ଡିଟିସି ଅଧିକାରୀମାନଙ୍କ ପାଖରେ ପହଞ୍ଚି ଯାଇଥିଲା। ସଙ୍ଗେ ସଙ୍ଗେ ଏହି ଘଟଣା ପାଇଁ ଏକ ଯାଞ୍ଚ କମିଟି ଗଠନ କରାଯାଇଥିଲା।

ଏହାସହ ପଢ଼ନ୍ତୁ: ଟଳିଲା ବଡ଼ ବିପଦ: ବର୍ଷାରେ ଧସିଥିବା ରେଳଧାରଣାରେ ଆସିଗଲା ଟ୍ରେନ୍, ଲାଲ୍ କପଡ଼ା ଦେଖାଇ ଅଟକାଇଲେ ଲୋକେ

GIRL DRI

ତେବେ ଯାଞ୍ଚ କମିଟିର ରିପୋର୍ଟ ଅନୁସାରେ, ଭିଡିଓଟି ଜୁଲାଇ ୧୨ ଜନକପୁରୀରେ ତିଆରି ହୋଇଥିଲା। ସରକାରୀ ବସରେ ଏଭଳି ଭିଡିଓ ବନାଯିବା ଏବଂ ବସ ଡ୍ରାଇଭର ଓ କଣ୍ଡକ୍ଟର ଭିଡିଓରେ ସାମିଲ ହେବା କାରଣରୁ କମିଟି ଦୁଇଜଣଙ୍କ ଉପରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି। ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇ ସସପେଣ୍ଡ କରି ଦିଆଯାଇଛି।

DTC BUS

ସେପଟେ ସୁରକ୍ଷାକର୍ମୀଙ୍କୁ ମଧ୍ୟ ସିଭିଲ୍ ଡିଫେନ୍ସ ଅଫିସ ପଠାଇ ଦିଆଯାଇଛି। ଭାଇରାଲ ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ଯୁବତୀ କେବଳ ବସ୍ ଭିତରେ ନୁହେଁ, ବରଂ ବସ୍ ବାହାରେ ମଧ୍ୟ ସୁରକ୍ଷାକର୍ମୀଙ୍କ ସହିତ ଟିକ୍ ଟକ୍ ଭିଡିଓ ତିଆରି କରିଛନ୍ତି। କୁହାଯାଉଛି କି ସରକାରୀ ସମ୍ପତ୍ତିର ଦୂରୋପଯୋଗ, ବିନା ଅନୁମତିରେ ଟିକ୍ ଟକରେ ଭିଡିଓ ଶୁଟିଂ କରିବା, ଡ୍ୟୁଟିରେ ରହି ଦାୟିତ୍ବହୀନ ହେବା ଏବଂ ସାଧାରଣ ପରିବହନର ଛବି ଖରାପ କରିବା ଅଭିଯୋଗରେ ତିନି ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.