କରୋନା ପାଇଁ ଏହି ଦେଶରେ ଦେଖାଦେଇଛି ଟଙ୍କାର ଅଭାବ, ସୁନା ବିକି ପେଟ ପୋଷୁଛନ୍ତି ଲୋକ

କରୋନା ଭାଇରସର ଭୟ ସମଗ୍ର ବିଶ୍ୱରେ ବ୍ୟାପି ସାରିଲାଣି। ଅଧିକାଂଶ ପ୍ରଭାବିତ ଦେଶରେ ମଧ୍ୟ ଲକଡାଉନ ଜାରି କରାଯାଇଛି, ଯେଉଁ କାରଣରୁ ଖାଦ୍ୟ-ପାନୀୟର ସମସ୍ୟା ଏବଂ ଟଙ୍କାର ଅଭାବ ଆହୁରି ଚିନ୍ତାର ବିଷୟ ହୋଇଯାଇଛି। ସୂଚନା ମୁତାବକ ଥାଇଲ୍ୟାଣ୍ଡର ଲୋକମାନେ ଟଙ୍କା ସମସ୍ୟାରୁ ରକ୍ଷା ପାଇବା ପାଇଁ ଏଭଳି ପରିସ୍ଥିତିରେ ସୁନା ବିକ୍ରି କରିବା ଆରମ୍ଭ କରିସାରିଛନ୍ତି। କରୋନା ଭାଇରସ କାରଣରୁ ଅର୍ଥ ବ୍ୟବସ୍ଥାରେ ମଧ୍ୟ ସମସ୍ୟା ଦେଖାଯାଇଛି। ଟଙ୍କାର ଅଭାବରୁ ଦୁରେଇ ରହିବା ପାଇଁ ଲୋକମାନେ ସୁନା ବିକ୍ରି କରିଛନ୍ତି। ଏହି ସମୟରେ ସୁନା ମଧ୍ୟ ଭଲ ଦାମରେ ବିକ୍ରି କରାଯାଉଛି। ଆମେରିକାର ଆଗୁୱାଇରେ ବୈଷୟିକ ସ୍ତରରେ ଅର୍ଥ ବ୍ୟବସ୍ଥାକୁ ପୁଣି ଥରେ ମଜବୁତ କରିବା ପାଇଁ ଅରବ ଡଲାର ପ୍ରୋତ୍ସାହନ ଉପାୟ ମଧ୍ୟରେ ଗତ ମଙ୍ଗଳବାର ଦିନ ସୁନାର ମୂଲ୍ୟ ୧,୭୩୧.୨୫ ଡଲାର ପ୍ରତି ଅଂଶର ସାତ ବର୍ଷର ଉଚତମ ସ୍ତରକୁ ଛୁଇଁଥିଲା।

bb

ଅନେକ ଲୋକମାନେ ଆର୍ଥିକ ସମସ୍ୟା ମଧ୍ୟରେ ଏହି ମୂଲ୍ୟବାନ ଧାତୁ ବିକ୍ରି କରି ଲାଭ ଉଠାଇବା ପାଇଁ ଆଶା ରଖିଛନ୍ତି। ଅନେକ ଥାଇଲ୍ୟାଣ୍ଡବାସୀ ଭଲ ସମୟରେ ନିବେଶ ଆକାରରେ ସୁନାର ଆଭୂଷଣ କିଣିଥାନ୍ତି ଏବଂ ଯେତେବେଳେ ମୂଲ୍ୟ ବଢିଥାଏ କିମ୍ବା ଆର୍ଥିକ ସମସ୍ୟାର ସମୟ ଆସିଥାଏ ସେହି ସମୟରେ ଏହାକୁ ବିକ୍ରି କରିଥାନ୍ତି।

we

ବ୍ୟାଂକଙ୍କର ଯେଉଁଠାରେ ଏକ ପାଖୱାଡେରେ ଲକଡାଉନ ଛାଲିଥିବା ବେଳେ ମଧ୍ୟ ସେଠାରେ ଶହ ଶହ ସଂଖ୍ୟାରେ ଲୋକମାନେ ସୁନାର ଦାମ ଉପରେ ୨୦ ପ୍ରତିଶତ ଲାଭ ଉଠାଇବା ପାଇଁ ବ୍ୟାଂକଙ୍କର ଚାଇନାଟାଉନ, ୟାଓୱରଟ ଆସିଛନ୍ତି। ଯେଉଁଠାରେ ଚୁଡି, ହାର ଏବଂ ମୁଦି ବିକ୍ରି କରୁଛନ୍ତି।

ରିପୋର୍ଟ ଅନୁଯାୟୀ ଟ୍ରେଡ଼ ଏସୋସିଏସନର ଅଧ୍ୟକ୍ଷ ଜିତ୍ତି ତାଂଙ୍ଗସିଟପାକଡ଼ିଙ୍କ କହିବାନୁଯାୟୀ ବେପାରିମାନେ ଏଠାରୁ କୋଟି କୋଟି ଟଙ୍କାର ସୁନା କିଣିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.