କରୋନା ଭାଇରସ କାରଣରୁ ଲକଡାଉନ ପାଇଁ ସବୁ ଲୋକ ନିଜ ନିଜ ଘରେ ବନ୍ଦ ହୋଇ ରହିଛନ୍ତି। ଏଭଳି ପରିସ୍ଥିତିରେ ଫିଲ୍ମ ସୁଟିଂ ମଧ୍ୟ ବନ୍ଦ କରାଯାଇଛି। ଏହିକାରଣରୁ ଷ୍ଟାର୍ସମାନେ ମଧ୍ୟ ନିଜ ପରିବାର ସଦସ୍ୟଙ୍କ ସହ ସମୟ ବିତାଇ ପାରୁଛନ୍ତି। ଏହି ସମୟରେ ବଲିଉଡ ଷ୍ଟାର ଶିଳ୍ପା ସେଟ୍ଟୀ ମଧ୍ୟ ନିଜ ପରିବାର ସହ ଖୁବ ମସ୍ତି କରୁଛନ୍ତି। ଏହିସମୟରେ ଶିଳ୍ପାଙ୍କର ଏକ ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ସେ ନିଜ ଲାଡ଼ଲି ସମୀକ୍ଷାଙ୍କ ସହ ମସ୍ତି କରୁଥିବାର ନଜର ଆସିଛନ୍ତି।
ଏହି ଭିଡ଼ିଓରେ ଶିଳ୍ପାଙ୍କ ଝିଅର ମୁହଁ ଦେଖା ଯାଉନଥିଲେ ମଧ୍ୟ ଶିଳ୍ପା ନିଜ କୋଳରେ ଝିଅକୁ ଧରି କିପରି ମସ୍ତି କରୁଛନ୍ତି ତାହା ଦେଖିପାରିବେ। ଏଥିସହ ସେ ଫ୍ୟାନ୍ସମାନଙ୍କୁ କହିଛନ୍ତି ତାଙ୍କ ପାଇଁ ୧୫ ତାରିଖ ଖୁବ ଲକି। ଶିଳ୍ପା କହିଛନ୍ତି, ୧୫ ଫେବୃଆରୀରେ ଝିଅ ସମୀକ୍ଷା ଜନ୍ମ ହୋଇଥିଲା ଏବଂ ୧୫ ଏପ୍ରିଲରେ ସେ ଦୁଇ ମାସର ହୋଇସାରିଥିବା ବେଳେ ଏହି ତାରିଖରେ ମୋର ଟିକଟକରେ ୧୫ ମିଲିୟନ ଫଲୋଅର୍ସ ହୋଇସାରିଛନ୍ତି। ଶିଳ୍ପାଙ୍କର ଏହି ଭିଡ଼ିଓକୁ ଫ୍ୟାନ୍ସମାନେ ଖୁବ ପସନ୍ଦ କରିବା ସହ ଅନେକ କମେଣ୍ଟ ମଧ୍ୟ କରିଛନ୍ତି।