Below header

ରାଜ୍ୟରେ ୪୦ ଡିଗ୍ରୀ ଉପରେ ୧୦ରୁ ଅଧିକ ସହରର ତାପମାତ୍ରା, ଆଗକୁ ଆହୁରି ବଢ଼ିବା ନେଇ ପାଣିପାଗ କେନ୍ଦ୍ରର ସୂଚନା

ଭୁବନେଶ୍ବର: ଡେଉଁଛି ପାରଦ, ବଢୁଛି ତାତି । ରାଜ୍ୟରେ ଅସମ୍ଭାଳ ଖରା। ୪୦ ଡିଗ୍ରୀ ଉପରେ ରହୁଛି ୧୦ରୁ ଅଧିକ ସହରରେ ତାପମାତ୍ରା। ଆଗକୁ ଆହୁରି ତାତି ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସପ୍ତାହେ ଧରି ଏଭଳି ଗ୍ରୀଷ୍ମପ୍ରବାହ ଲାଗି ରହିବ। ଗତକାଲି ତାଳଚେରରେ ସର୍ବାଧିକ ତାପମାତ୍ରା ୪୧.୭ଡିଗ୍ରୀ ରେକର୍ଡ କରାଯାଇଛି। ବଲାଙ୍ଗିର, ଟିଟିଲାଗଡ଼, ମାଲକାନଗିରି, ସୋନପୁର ଓ ବୌଦ୍ଧରେ ମଧ୍ୟ ତାପମାତ୍ରା ୪୦ରୁ ୪୧ ଡିଗ୍ରୀ ମଧ୍ୟରେ ରେକର୍ଡ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.