ଦେଶରେ e-RUPIର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦି ସୋମବାର ଡିଜିଟାଲ୍‌ ପେମେଣ୍ଟ ସଲ୍ୟୁସନ୍‌ ଇ-ରୁପି (e-RUPI) ଲଞ୍ଚ କରିଛନ୍ତି ଏବଂ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପିଏମ ମୋଦି ଏହାର ଶୁଭାରମ୍ଭ କରିଛନ୍ତି । ଇ-ରୁପି ଏକ ପ୍ରିପେଡ୍‌ ଇ-ଭାଉଚର। ଯାହାକୁ ନ୍ୟାସନାଲ୍‌ ପେମେଣ୍ଟସ୍‌ କର୍ପୋରେସନ୍‌ ଅଫ ଇଣ୍ଡିଆ ପ୍ରସ୍ତୁତ କରିଛି। ଏହା ଜରିଆରେ କ୍ୟାସଲେସ୍‌ ଏବଂ କଣ୍ଟାକ୍ଟଲେସ୍‌ ପେମେଣ୍ଟ ହୋଇପାରେ ।

ଇ-ରୁପିର ଶୁଭାରମ୍ଭ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଇ-ରୁପି ଭାଉଚର ଦେଶରେ ଡିଜିଟାଲ ଟ୍ରାଞ୍ଜାକ୍ସନ ପ୍ରକ୍ରିୟାରେ ଡାଇରେକ୍ଟ ଟୁ ବ୍ୟାଙ୍କ ଟ୍ରାନ୍ସଫର ଯୋଜନାକୁ ପ୍ରଭାବୀ କରିବାରେ ବହୁତ ବଡ଼ ଭୂମିକା ନେବ। ଏବେ ଏହାକୁ ସ୍ବାସ୍ଥ୍ୟ ସେବା ସହ ଯୋଡ଼ାଯାଉଛି। କୌଣସି ବ୍ୟକ୍ତି ଇ-ରୁପି ଜରିଆରେ ଟଙ୍କା ଦେଇ ମଧ୍ୟ ଭ୍ୟାକସିନ୍‌ ନେଇପାରିବେ। ପରେ ଅନ୍ୟ କ୍ଷେତ୍ରରେ ଏହାର ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି ।

ତେବେ ଇ-ରୁପି ଦ୍ବାରା ଦେଶରେ ଚାଲିଥିବା ଦୁର୍ନୀତି ଉପରେ ରୋକ ଲାଗିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହା ସହ ପୂର୍ବରୁ ଲୋକମାନେ କହୁଥିଲେ ଟେକ୍ନୋଲୋଜି ଧନୀମାନଙ୍କ ପାଇଁ ଉଦ୍ଦିଷ୍ଟ , ଭାରତ ତ ଗରିବ ଦେଶ ତେଣୁ ଭାରତ ପାଇଁ ଟେକନୋଲୋଜିର ଆବଶ୍ୟକତା କଣ ? ଆଜି ଦେଶ ସେହି ଭଳି ଲୋକଙ୍କ ଭାବନାକୁ ଭୁଲ ପ୍ରମାଣିତ କରିଛି ବୋଲି ମଧ୍ୟ ମୋଦି କହିଛନ୍ତି ।

ପିଏମ ସ୍ବନିଧି ଯୋଜନା ଉପରେ ଚର୍ଚ୍ଚା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଦେଶରେ ଛୋଟ ବଡ଼ ସହରରେ ୨୩ ଲକ୍ଷରୁ ଅଧିକ ଛୋଟ ବଡ଼ ଦୋକାନୀ ଏହି ଯୋଜନାରୁ ଲାଭ ଉଠାଉଛନ୍ତି। କରୋନା କାଳରେ ପାଖାପଖି ୨୩୦୦ କୋଟି ଟଙ୍କା ସେମାନଙ୍କୁ ଦିଆଯାଇଛି । ଜୁଲାଇ ୨୦୨୧ ମଧ୍ୟରେ ୟୁପିଆଇ ମାଧ୍ୟମରେ ୩୦୦ କୋଟି ଟଙ୍କା ନେଣ ଦେଣ ହୋଇଛି । ଏହା ବ୍ୟତୀତ ଏବେ ସୁଦ୍ଧା ଡିବିଟି ଜରିଆରେ ୧୭.୫ ଲକ୍ଷ କୋଟି ଯଙ୍କା ଲାଭର୍ଥୀଙ୍କ ବ୍ୟାଙ୍କ ଖାତାକୁ ପଠାଯାଇଛି ବୋଲି ପିଏମ ନରେନ୍ଦ୍ର ମୋଦୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.