Below header

ଇଣ୍ଡୋନେସିଆରେ ୭.୩ ତ୍ରୀବତା ଭୂକମ୍ପ, ସୁନାମୀ ଚେତାବନୀ

ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ। ରେକ୍ଟର ସ୍କେଲରେ ଏହାର ତ୍ରୀବତା ୭.୩ । ସୁମାତ୍ରା ଦ୍ୱୀପର ପଶ୍ଚିମରେ ଏହାର କେନ୍ଦ୍ର ସ୍ଥଳ ଥିଲା । ତୀବ୍ର ଝଟକା ପରେ ସୁନାମୀ ଚେତାବନୀ ଜାରି ହୋଇଛି ।

ନୂଆଦିଲ୍ଲୀ : ଇଣ୍ଡୋନେସିଆରେ ପୁଣି ଭୂକମ୍ପ । ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ। ରେକ୍ଟର ସ୍କେଲରେ ଏହାର ତ୍ରୀବତା ୭.୩ । ସୁମାତ୍ରା ଦ୍ୱୀପର ପଶ୍ଚିମରେ ଏହାର କେନ୍ଦ୍ର ସ୍ଥଳ ଥିଲା । ତୀବ୍ର ଝଟକା ପରେ ସୁନାମୀ ଚେତାବନୀ ଜାରି ହୋଇଛି । ପ୍ରଭାବିତ କ୍ଷେତ୍ରରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ସ୍ଥାନୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି ପ୍ରଶାସନ ।

ସୂଚନା ଅନୁଯାୟୀ, ସକାଳ ୩ଟାରେ ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା। ଏହା ପରେ ଅନେକ ମୃଦୁ ଭୂକମ୍ପରେ କମ୍ପନ ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ରିଚ୍ଟର ସ୍କେଲରେ ୪ ଭାବରେ ରେକର୍ଡ କରାଯାଇଥିଲା । ଇଣ୍ଡୋନେସିଆର ଡିଜାସ୍ଟର ମିଟିକେସନ୍ ଏଜେନ୍ସିର ସୂଚନା ଦେଇଛି ଯେ, ସେମାନେ ଭୂକମ୍ପର ତଥ୍ୟ ବର୍ତ୍ତମାନ ସଂଗ୍ରହ କରୁଛନ୍ତି।

ଇଣ୍ଡୋନେସିଆ ଦେଶର ପାଣିପାଗ ବିଭାଗ କହିଛି ଯେ, ଭୂକମ୍ପର କେନ୍ଦ୍ରସ୍ଥଳ ୮୪ କିଲୋମିଟର ଗଭୀରତାରେ କେନ୍ଦ୍ରୀଭୂତ ହୋଇଛି ଭୂବିଜ୍ଞାନୀମାନଙ୍କ ସୂଚନା ଅନୁସାରେ, ଏହି କାରଣରୁ ସୁନାମି ହେବାର ସମ୍ଭାବନା ମଧ୍ୟ ରହିଛି । ଭୂକମ୍ପ ପରେ ଏଜେନ୍ସି ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ପ୍ରଭାବିତ ଅଞ୍ଚଳ ନିକଟରେ ରହୁଥିବା ଲୋକଙ୍କୁ ତୁରନ୍ତ ଉପକୂଳଠାରୁ ଦୂରରେ ରହିବାକୁ ନିର୍ଦ୍ଦେଶ ଦେବା ପାଇଁ କୁହାଯାଇଛି ।

ଗତ ରବିବାର ମଧ୍ୟ ଇଣ୍ଡୋନେସିଆରେ ଦୁଇ ଥର ଭୂକମ୍ପ ଅନୁଭୂତ ହୋଇଥିଲା । ପ୍ରଥମ ଭୂକମ୍ପ କେପୁଲାଉଆନପାଟୁ ଠାରେ ୬.୧ ଓ ଦ୍ୱିତୀୟଟି ୫.୮ ମାଗନିଚ୍ୟୁଡ୍‌ରେ ଅନୁଭୂତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.